ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ୪ ଦିନିଆ ବାଙ୍ଗାଲୁର ଗସ୍ତ

ରାଜ୍ୟରେ ଆଇଟି ପୁଞ୍ଜିନିବେଶ ବୃଦ୍ଧି ନେଇ କମ୍ପାନୀମାନଙ୍କ ସହ କରିବେ ଆଲୋଚନା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମର ଉଦଯାପନୀ ଉତ୍ସବରେ ଦେବେ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ଭୁବନେଶ୍ୱର :- ଇଲେକେଫ୍ରାନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆସନ୍ତା କାଲି ଠାରୁ ୪ ଦିନିଆ ବାଙ୍ଗାଲୁର ଗସ୍ତରେ ଯାଉଛନ୍ତି । ରାଜ୍ୟର ଆଇଟି ଭିତ୍ତିଭୂମିର ଅଧିକ ସୁଦୃଢୀକରଣ ସହିତ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ମନ୍ତ୍ରୀ ବିଭିନ୍ନ ଆଇଟି କମ୍ପାନୀ ଓ ଆଇଟି ସଂଗଠନମାନଙ୍କ ସହ ମଇ ୨ତାରିଖରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଗତ କିଛିବର୍ଷ ମଧ୍ୟରେ ଓଡ଼ିଶା କ୍ରୀଡ଼ାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅନେକ ଆଖିଦୃଶିଆ ସଫଳତା ହାସଲ କରିଛି ।

ଆଇଟି ଇକୋସିଷ୍ଟମକୁ ସୁଦୃଢ କରିବା ସହିତ ଏଠାକୁ ଆସୁଥିବା ଆଇଟି କମ୍ପାନୀଗୁଡିକୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଦେବାରେ ଓଡ଼ିଶା ସବୁଠୁ ଆଗରେ ରହିଛି । ଏଥିପାଇଁ ବିଗତ କିଛି ବର୍ଷ ମଧ୍ୟରେ ଅନେକ କମ୍ପାନୀ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଲେଣି । ତେବେ ଏହାକୁ ଅଧିକ କ୍ରିୟାଶୀଳ କରିବା ଉଦେଶରେ ମନ୍ତ୍ରୀ ୨ ଏବଂ ୩ ତାରିଖରେ ସେଠାରେ ଥିବା ଆଇଟି, ଆଇଟିଇଏସ ଏବଂ ଇଏସଡିଏମ କମ୍ପାନୀ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ । ସେହି ଦିନ ଅପରାହ୍ନ ୩ଟା ସମୟରେ ମନ୍ତ୍ରୀ ଶ୍ରୀ ବେହେରା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମର ଉଦଯାପନୀ ଉତ୍ସବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Exit mobile version