
ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ଓଡିଶା :- ଦାନା ବାନ୍ଧୁଛି ବାତ୍ୟା । ସ୍ଥିତି ବି ଅନୁକୂଳ । ଯଦି ପ୍ରାକ୍ ଆକଳନ ଠିକ୍ ହୁଏ, ତେବେ ଆସନ୍ତା ମେ’ ୧୦ ତାରିଖବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି ପ୍ରାକୃତିକ ଦୁର୍ବିପାକର ସହଜ ଠିକଣା ଓଡ଼ିଶା ପାଇଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ । ଅଧିକାଂଶ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ (ସିଭିୟର) ରୂପ ନେଇପାରେ । ଏହା ଆସନ୍ତା ୧୦/୧୧ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ । କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ।

