ସ୍ତ୍ରୀକୁ ନିର୍ମମ ହତ୍ୟା କଲା ସ୍ବାମୀ : ରାଜଧାନୀରେ ପୁଣି ହତ୍ୟାକାଣ୍ଡ

ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ଭୁବନେଶ୍ୱର :- ସ୍ତ୍ରୀକୁ ନିର୍ମମ ହତ୍ୟା କଲା ସ୍ବାମୀ ରାଜଧାନୀରେ ପୁଣି ହତ୍ୟାକାଣ୍ଡ , ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା । ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ସୌଭାଗ୍ୟ ରଞ୍ଜନ ଡ୍ରାଇଭର ଭାବେ କାମ କରୁଥିଲେ । ୨୦୧୮ରେ ଲିଲି ଦାସଙ୍କ ସହ ସୌଭାଗ୍ୟ ରଞ୍ଜନଙ୍କର ବାହାଘର ହୋଇଥିଲା । ଉଭୟେ ଭୁବନେଶ୍ବରସ୍ଥିତ ଦୁର୍ଗାପୁର ପାଟଣା ଅଞ୍ଚଳରେ ରହୁଥିଲେ ।

ସେମାନଙ୍କର ଏକ ଝିଅ ବି ଅଛି । ସୌଭାଗ୍ୟଙ୍କର ଟିକେ ମୁଣ୍ଡ ଦୋଷ ଅଛି ବୋଲି ତାର ବାପା କହିଛନ୍ତି । ଗତକାଲି ରାତିରେ ସେ ତାଙ୍କ ବାପାକୁ ବି ବାଡାବାଡି କରିଥିଲେ । ବାପା ଦୌଡ଼ି ପଳାଇଲା ପରେ ସ୍ତ୍ରୀ ମାଡ଼ର ଶିକାର ହୋଇଥିଲେ । ସହିଦନଗର ଥାନା ବସୁଆଘାଇ ଅଂଚଳରେ ସାମ୍ନାକୁ ଆସିଛି ଏମିତି ଘଟଣା । ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ କରୁଛି ।

Exit mobile version