ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରିୟତା ଦେଖି ଜ୍ଵର ବିକଳରେ ତାଟିଆ କାମୁଡୁ ଛନ୍ତି କୁଚକ୍ରୀ

ଓଡ଼ିଶା ତାଜା ନ୍ୟୁଜ୍ / ୩୦ ଏପ୍ରିଲ ଶନିବାର / ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବଢ଼ି ଚାଲିଛି ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରିୟତା । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ,ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ର ବିକାଶ ଦ୍ରୁତ ଗାମୀ ହେବାରେ ଲାଗିଛି । ତୃଣମୂଳ ସଂଗଠନ ମଝ ଭୁତ୍ ହେବାରେ ଲାଗିଛି । ଯାହାକି ବିଧାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ,ପ୍ରଚେଷ୍ଟା, ବଳରେ ପଞ୍ଚାୟତ ନିର୍ବାଚନ ରେ ତିନୋଟି ବ୍ଲକ୍ ର ଜିଲ୍ଲା ପରିଷଦ ,ଦଳୀୟ ସମ ର୍ଥିତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ବିଜୟୀ ହୋଇଥିଲେ । ତେଣୁ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ,ସରପଞ୍ଚ , ସମିତି ସଭ୍ୟ ସଭ୍ୟା ,ଦଳୀୟ କର୍ମକର୍ତ୍ତା,କର୍ମୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

ତିନୋଟି ବ୍ଲକ୍ ମଧ୍ୟ ବିଜୁ ଜନତା ଦଳ ହାତେଇଲା । ଗାଁ ଗାଁ ରେ ଉଡିଲା ବିଜୁ ଜନତା ଦଳର ବାନା । ସମସ୍ତ ଙ୍କ ମୁହଁରେ ଗୋଟିଏ ସ୍ୱର ଏଭଳି ବିଧାୟକ ପାଇ ଆମେ ଗର୍ବିତ । ନା ଅଛି ଗର୍ବ ନା ଅଛି ଅହଙ୍କାର । ଦିନରାତି ଲୋକ ଙ୍କ ସେବା ଆଉ ଉନ୍ନୟନ ମୂଳକ କାର୍ଯ୍ୟ ରେ ଲାଗି ପଡିଛନ୍ତି ବିଧାୟକ । ବିଧାୟକ ଙ୍କ ଲୋକ ପ୍ରିୟତା ଦେଖି କୁଚକ୍ରୀ ଗୋଷ୍ଠୀ ଙ୍କ ନିଦ ହଜି ଯାଇଛି । ଜ୍ଵର ବିକଳରେ ତାଟିଆ କାମୁଡୁ ଛନ୍ତି ।

Exit mobile version