ଓଡ଼ିଶା ତାଜା ନ୍ୟୁଜ୍ / ୩୦ ଏପ୍ରିଲ ଶନିବାର / ନୂଆଗାଁ :- ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ରେ ହେବ ଉନ୍ନତମାନର ଲାଇବ୍ରେରୀ ଗୃହ।ଲାଇବ୍ରେରୀ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିଛନ୍ତି।ବହୁ ବର୍ଷ ଧରି ଯାହା ହୋଇପାରିନଥିଲା ତାହା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ହେବାକୁ ଯାଉଛି ।
କ୍ଷେତ୍ର ପରିଦର୍ଶନ ସମୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜ ସେବୀ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, +୨ ର ଅଧ୍ୟକ୍ଷ,ଅଧ୍ୟାପକ ,ଯନ୍ତ୍ରୀ ଏବଂ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ କୁମାର ନାୟକ ଉପସ୍ଥିତ ଥିଲେ । ବିଧାୟକ ଙ୍କ ଏଭଳି କାର୍ଯ୍ୟ କୁ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମହଲରେ ପ୍ରଶଂସା କରାଯାଇଛି ।
