ବୈପାରିଗୁଡା ଠାରେ ସଡକ ଦୁର୍ଘଟଣା : ବସ ଓ ଲୁନାଗାଡି ମଧ୍ୟରେ ଧକ୍କା – ଜଣେ ମୃତ ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ / ୩୦ ଏପ୍ରିଲ ଶନିବାର / ବୈପାରିଗୁଡା :- ରାଚି ବିଜୟୱାର୍ଡ ଜାତୀୟ ରାଜପଥ ତଥା ବୈପାରିଗୁଡା ଥାନା ଅନ୍ତର୍ଗତ ଗାନ୍ଧୀପୁର ପାଖରେ ବସ ଓ ଲୁନାଗାଡି ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇ ଚିକିତ୍ସ୍ଧଚ୍ଛ ହେଉଥିବାର ଜଣାପଡିଛି । ପାପ୍ତ ସୂଚନା ଅନୁସାରେ ଭୁବନେଶ୍ୱର ଠାରୁ ଏକ ଘରୋଇ ଯାତ୍ରାବାହୀ ବସ ସାଇଁ ରାମ ନଂ ଓଡି ୦୨ ଏଏସ ୭୦୯୯ ମାଲକାନଗିରି ଯାଉଥିବା ବେଳେ ବୈପାରିଗୁଡା ଅଚଂଳର ମାଳାଗୁଡା ଗ୍ରାମ ଭଗବାନ ଖରା (୪୫) , ଭଗବାନ ହନ୍ତାଳ ତାଙ୍କ ଲୁନାଗାଡି ନଂ ଓଡି ୧୦ ଏସ ୦୬୩୪ ରେ ବୈପାରିଗୁଡା ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଜାତୀୟ ରାଜପଥ ଉପରକୁ ଆସୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ଧକ୍କା ହୋଇଥିବାର ଶୁଣିବାକୁ ମିଳୁଛି ।

ତେବେ ବସ ର ଆଗ ରେ ବମ୍ପର ଭିତରେ ଲୁନା ଗାଡି ଲାଗିଯାଇଥିବା ବେଳେ ବସ ବେକ୍ ମାରିବା ଫଳରେ ଅଳ୍ପ ଦୂର ଲୁନା ଗାଡି ଚାଳକ ଘସି ହୋଇ ଚାଲିଯାଇଥିବାର କୁହାଯାଉଛି । ତେବେ ସେହି ସ୍ଥାନରେ ଠିଆ ହୋଇଥିବା ଲୋକେ ଆହାତ ଦୁଇ ଜଣଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଭର୍ତି କରିଥିବାର ଦେଖାଯାଇଛି । ଦୁର୍ଘଟଣା ଖବର ପାଇଁ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଆହାତ ବ୍ୟକ୍ତି ମାନଙ୍କୁ ଘଟଣା ବିଷୟରେ ପଚାରି ତଦନ୍ତ ଚଲାଇଛନ୍ତି ।

ଗୁରୁତର ଥିବା ଭଗବାନ ଖରା କୁ କୋରାପୁଟ ସ୍ଥିତ ମୋଡିକାଲ କଲେଜକୁ ପଠାଯାଇଥିବା ବେଳେ କୋରାପୁଟ ଘାଟି ରାସ୍ତା ରେ ଭଗବାନ ଖରାଙ୍କ ମୃତ ହୋଇଥିବାର କୁହାଯାଉଛି । ଅନ୍ୟ ଜଣେ ଭଗବାନ ହନ୍ତାଳକୁ ବୈପାରିଗୁଡା ମୋଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଛଡା ଯାଇଥିବାର ଜଣାପଡିଛି ।

Exit mobile version