ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ତଥା ଜିଲ୍ଲା ଅଧ୍ୟକ୍ଷ ହୋଇଥିବା ଶ୍ରୀ ପଟ୍ଟନାୟକ ସାମ୍ବାଦିକ ଙ୍କୁ ଅଣଦେଖା କରି ନିଜର ହୀନ ପ୍ରବୃତ୍ତି କୁ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ପଦ ପଦବୀ ପାଇ ସାରିବା ପରେ ଯେଉଁ ଅଧ୍ୟକ୍ଷ ସାମ୍ବାଦିକଙ୍କୁ ଅଣଦେଖା କରୁଛନ୍ତି ସେ କଣ ଜନସାଧାରଣ ଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ…?
ଜିଲ୍ଲାପରିଷଦ ପଦବୀ ପରେ ଶ୍ରୀ ପଟ୍ଟନାୟକ ବାବୁ ଙ୍କ ମୁହଁ ଟାଣ ନୀତି ପାଇଁ ସାମ୍ବାଦିକ ମାନଙ୍କ ର ନିନ୍ଦା ପ୍ରତିକ୍ରିୟା । ସୂଚନାଅନୁସାରେ ଶ୍ରୀ ପଟ୍ଟନାୟକ ବାବୁଙ୍କ ର ସ୍ୱାର୍ଥହାସଲ ମୂଳକ କାର୍ଯ୍ୟ କରି ସେ ରାଜନୀତି ମହଲରେ ଚର୍ଚ୍ଚାର କାରଣ ହୋଇ ଆସିଛନ୍ତି ।
ନୟାଗଡ ଜିଲ୍ଲାରେ ସାମ୍ବାଦିକ ମାନଙ୍କୁ ଅଣଦେଖା ଓ ଅବହେଳା କରି ଅଧ୍ୟକ୍ଷ ଏବେ ନିନ୍ଦା ର କାରଣ ପାଲଟିଛନ୍ତି …?
ଏଜେଣ୍ଡା ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଜନ ୧ଓ ୨, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ରାସ୍ତା ଓ ଗୃହ ବିଭାଜନ ବିଭାଗର ବିଭିନ୍ନ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର / ନୟାଗଡ଼ :- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଟ୍ଟନାୟକଙ୍କ ଅଧଃକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ୧ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିବା ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଓ କୃକ୍ଷକ ସଶରି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ବିଭାଗ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ପ୍ରଧାନ, ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷା ଜିଲ୍ଲା ପରିଷଦ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ଜିଲ୍ଲାପାଳ କା, ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ,ମାନ୍ୟବର ସାଂସଦ କଟଳ ଓ ପୁରୀଙ୍କ ପ୍ରତିନିଧି ,

