ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତାଲିମ ଶିବିର ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର /ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଦିନ ଧରି ଚାଲିଥିବା  ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ( ଏଫ୍.ଏଲ୍.ଏନ୍) ତାଲିମ ଶିବିର  ଉଦଯାପିତ ହୋଇଯାଇଛି । ଆର୍ ପି ଶ୍ରୀନିବାସ ରଥ ଏବଂ ଭବାନୀ ପ୍ରସାଦ ସାହୁ ,୨୦୨୫-୨୬ ମସିହା ସୁଦ୍ଧା ୩ୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଭାଷା ଓ ଗଣିତ ର ମୌଳିକ ଦକ୍ଷତା କିପରି ହାସଲ କରିବେ ସେ ଉପରେ ତାଲିମ ପ୍ରଦାନ କରିଥିଲେ ।

ଏହି ତାଲିମ ଶିବିରରେ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ  ଜ୍ୟୋତ୍ସ୍ନା ରାଣୀ ସେଠୀ  ତାଲିମ ଶିବିର ପରିଦର୍ଶନ କରିଥିବା ବେଳେ ସି ଆର୍ ସି ସି କୈଳାଶ ଚନ୍ଦ୍ର ନାୟକ ,ନିମାଇ ଚରଣ ସାହୁ ସହଯୋଗ କରିଥିଲେ ।

Exit mobile version