
ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର /ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଛାତ୍ର ଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା । ଆଜି ପ୍ରଥମ ଦିନ ଇଂରାଜୀ ପରୀକ୍ଷାରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ୨୪୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୨୦୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିଭଳି ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୨୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୨୬୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ।

