ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର / ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପଞ୍ଚୁପାଣ୍ଡବ ପୀଠ ନିକଟରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହିତ ସଂଗଠନ କୁ ଅଧିକରୁ ଅଧିକ ମଝଭୂତ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ, ସଭ୍ୟା ଏବଂ ବିଜୁ ଜନତା ଦଳର ଉପ ସଭାପତି,ସମ୍ପାଦକ, ପ୍ରତି ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗଦେଇ ବିଧାୟକ ଙ୍କ ହାତ ମୁଠା କୁ ଅଧିକରୁ ଅଧିକ ଟାଣ କରିବା ସହିତ ସଂଗଠନ କୁ ଅଧିକ ମଝ ଭୂତ୍ କରିବା ପାଇଁ ନିଷ୍ପତି ନେଇଥିଲେ । ନୂଆଗାଁ ,ଦଶପଲ୍ଲା,ଗଣିଆ ବ୍ଲକ୍ ର ସମସ୍ତ ଜିଲ୍ଲା ପରିଷଦ,ଦଳୀୟ ସମର୍ଥିତ ସରପଞ୍ଚ ,ସମିତି ସଭ୍ୟ, ସଭ୍ୟା ମାନେ ବିଜୟୀ ହୋଇଥିବାରୁ ଦଶପଲ୍ଲା ବିଧାୟକ ଙ୍କୁ ଉପସ୍ଥିତ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ,ପଞ୍ଚାୟତ ବିଜେଡ଼ି ସଭାପତି ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ ।

