ସୁବର୍ଣ୍ଣରଖା ନଦୀରୁ ନାବାଳିକା ଶବ ଉଦ୍ଧାର

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ବାଲେଶ୍ୱର ,ଜଳେଶ୍ଵର , ରିପୋର୍ଟ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍‌ ) ସୁବର୍ଣ୍ଣରଖା ନଦୀରୁ ନାବାଳିକା ଶବ ଉଦ୍ଧାର :- ରାଜଘାଟ ସ୍ଥିତ ସୁବର୍ଣ୍ଣରେଖା ନଦୀରେ ସୋମବାର ଗେଣ୍ଡା ଧରିବାକୁ ଆସି ୧୬ ବର୍ଷର ନାବାଳିକା ଝିଅ ନିଖୋଜ ହୋଇଯାଇଥିଲା । ନଦୀ କୂଳେ କୂଳେ ଗେଣ୍ଡା ଧରୁଥିବା ସମୟରେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ସୋମବାର ଦିନ ପ୍ରାୟ ଦିନ ୧୨ଟା ରେ ଏଇ ଘଟଣା ଘଟିଥିଲା । ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ସ୍ଥିତ ବେଣପୁରା ନଦୀଘାଟ ନିକଟରେ ରାସଗୋବିନ୍ଦପୁର ଥାନା ପ୍ରହରାଜପୁର ପଞ୍ଚାୟତର ପ୍ରହରାଜପୁର ଗ୍ରାମର ଆଦିବାସୀ ସଂପ୍ରଦାୟର ୮/୧୦ଜଣ ମହିଳା,ଯୁବକଙ୍କ ସହିତ ନାବାଳିକା ସୀତା ବିନ୍ଧାଣୀ (୧୬),ମା ମନୁ ବିନ୍ଧାଣୀ ଗେଣ୍ଡା ଧରିବାକୁ ଆସିଥିଲେ । ସୀତା ନିଖୋଜ ହେବାପରେ ଖୋଜା ଖୋଜି କରିଥିଲେ ।

ପରେ ସ୍ଥାନୀୟ ଜୀବନ ସାଥି ସେଚ୍ଛାସେବୀ ସଂଗଠନ ସଭାପତି ଦୀପ୍ତିମାନ ପତି ଖବର ପାଇ ଖୋଜା ଖୋଜି କରିବା ସହ ପ୍ରଥମେ ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ପରେ ବସ୍ତା,ଜଳେଶ୍ଵର ଦମକଳ ବାହିନୀ କୁ ଖବର ଦେଇଥିଲେ । ଖବର ପାଇବା ପରେ ବାଲେଶ୍ୱର ଓଡ୍ରାଫଟିମ ଘଟଣା ସ୍ଥଳ ରେ ପହଞ୍ଚି ନଦୀରେ ରାତ୍ରି ୭ଟା ପ୍ରଯ୍ୟନ୍ତ୍ ବହୁ ଖୋଜା ଖୋଜି କରିଥିଲେ ହେଲେ ସୀତାଙ୍କ ପତା ମିଳିନଥିଲା । ତେବେ ମଙ୍ଗଳବାର ପ୍ରାୟ ଦିନ ଗୋଟାଏ ବେଳେ ଜଳେଶ୍ଵର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ପୁର ନଦୀ ଘାଟରେ ସୀତାଙ୍କ ମୃତ ଶରୀର ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଶ୍ରୀ ପତିଙ୍କୁ ଖବର ଦେଇଥିଲେ ଖବର ପାଇ ଶ୍ରୀ ପତି ବସ୍ତା ଓ ଜଳେଶ୍ଵର ତହସିଲଦାରଙ୍କୁ ଏବଂ ଜଳେଶ୍ଵର ଆଇ.ଆଇ.ସିଙ୍କୁ ଖବର ଅବଗତ କରାଇଥିଲେ ।

ତତ୍ ସଙ୍ଗେ ସାଙ୍ଗେ ସୀତାଙ୍କ ପରିବାର ଲୋକଙ୍କୁ ଖବର ଅବଗତ କରାଇବା ସହିତ ଜୀବନ ସାଥୀ ସଂଗଠନର ସଭାପତି ଶ୍ରୀ ପତି ଓ ସଂଗଠନ ସଦ୍ୟସ୍ୟ ମାନେ ତାଙ୍କ ପରିବାର ସହିତ ଯାଇ ମୃତ ଶରୀରକୁ ଚିହ୍ନଟ କରିଥିଲେ।ପରେ ଜଳେଶ୍ଵର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେb। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛିb।

Exit mobile version