Home ଅପରାଧ ଜଟଣୀର ସିଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ : ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / ଖୋର୍ଦ୍ଧା-ଜଟଣୀ :- ଜଟଣୀ ସ୍ଥିତ ସେଞ୍ଚୁରିଆନ କଲେଜରେ ଆଜି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ବିଷ୍ଣୁ ଭରଦ୍ୱାଜ ପତି ସେ ପରୀକ୍ଷାରେ କପି କରୁଥିବା ବେଳେ ଧରା ପଡି ଏମ୍ପି ହୋଇଥିଲେ, ସଂପୃକ୍ତ ଛାତ୍ରଙ୍କୁ ପରୀକ୍ଷକ ପରିହାସ କରିଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଛାତ୍ର ଜଣକ ପରୀକ୍ଷା ଅଧ୍ୟାରୁ ଉଠି ଆସିଥିଲେ ଏବଂ ରହୁଥିବା ଚାରି ନମ୍ବର ହଷ୍ଟେଲରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମଧ୍ୟାହ୍ନ ଗୋଟାଏ ବେଳେ ସହପାଠୀ ମାନେ ଆସି ଦେଖିଲେ କବାଟ ବନ୍ଦ ରହିଛି ସେମାନେ ଡାକିଲେ କବାଟ ନ’ଖୋଲିବାରୁ କବାଟ ଭାଙ୍ଗି ଦେଇଥିଲେ । କବାଟ ଭାଙ୍ଗିବା ପରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଦେଖି ତୁରନ୍ତ କଲେଜ କତ୍ତୃପକ୍ଷ ଙ୍କୁ ସୁଚନା ଦେଇଥିଲେ ଏବଂ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ଏମ୍ସ ହସ୍ପିଟାଲକୁ ନେବା ସହ ପୋଲିସକୁ ସୂଚନା ଦେଇଥିଲେ । ଜଟଣୀ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ନଂ୧୨ ରେ ଏକ ମକଦ୍ଦମା ରୁଜୁ କରି ମୃତ ଛାତ୍ର ର ପରିବାର ଲୋକଙ୍କୁ ଖବର ଦେବା ସହ ତଦନ୍ତ ଜାରି ରହିଛି । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026