ନର୍ଲାରେ ପ୍ରଥମ ଅଂଶୁଘାତର ଶିକାର ୧୨ ବର୍ଷର ବାଳକ ତସବିର୍

ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଜିଲ୍ଲାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ନର୍ଲାରେ ପ୍ରଥମ ଅଂଶୁଘାତର ଶିକାର ହୋଇଛି ଜଣେ ୧୨ ବର୍ଷର ବାଳକ ତସବିର୍ । ସୂଚନାନୁଯାୟୀ ମାଣ୍ଡେଲ ଗ୍ରାମର ହେମରାଜ ବେନୁଆଁ ପୁଅ ତସବିରକୁ ସାଙ୍ଗରେ ନେଇ ନର୍ଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଆସିଥିଲେ ଜମା ଖାତା ଖୋଲିବା ପାଇଁ ।

ତେବେ ବ୍ୟାଙ୍କରେ ଅପେକ୍ଷା କରିଥିବା ସମୟରେ ପ୍ରଚଣ୍ଡ ଖରା କାରଣରୁ ପୁଅ ତସବିର୍ ପଡି ଯାଇ ଥିଲେ । ଏହାପରେ ବାପା ହେମରାଜ ପୁଅକୁ ଧରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଡାକ୍ତର କୁନାଲ ପରୀକ୍ଷା ନୀରିକ୍ଷା କରି ତୁରନ୍ତ ଚିକିତ୍ସା କରିଥିଲେ । ତେବେ ବର୍ତ୍ତମାନ ତସବିର୍ ସୁସ୍ଥ ରହିଛି । ପ୍ରଚଣ୍ଡ ଖରାରେ ଲୋକେ ସଚେତନ ନ ହେଲେ ଅଂଶୁଘାତର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

Exit mobile version