ବରପାଲି ଶୀତଳଷଷ୍ଠୀ ଯାତ୍ରା ଲାଗି ଧାର୍ଯ୍ୟ ହେଲା ଲଗ୍ନ ଶୀତଳଷଷ୍ଠୀ ଯାତ୍ରା ଲାଗି ଧାର୍ଯ୍ୟ ହେଲା ଲଗ୍ନ 

ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ବରଗଡ :- ବରପାଲିରେ ଚଳିତ ବର୍ଷ ୧୪୫ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ କରାଯିବ । ଏନେଇ ସ୍ଥାନୀୟ ନୃପରାଜ କ୍ଲବ ପରିସରରେ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣ ଓ ଲୋକାଭିମୁଖୀ କରିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ମା’ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ମନୋନୀତ ହୋଇଥିବା ଜଗନ୍ନାଥ ନଗର ବା ହିମାଦ୍ରୀ ନଗରବାସୀଙ୍କ ପକ୍ଷରୁ ତିଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ମେ ୩ରେ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଥାଳ ଉଠା କାର୍ଯ୍ୟକ୍ରମ ହେବ ଏବଂ ମେ ୩୧ରୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ଲଗ୍ନ ନିର୍ଦ୍ଧାରଣ ହୋଇଥିଲା । ଏଥିସହ ରୁଦ୍ର ଜ୍ୟୋତି ସ୍ମରଣିକା ପ୍ରକାଶନ ପାଇଁ ନିଷ୍ପତ୍ତି ହୋଇଥିଲା । କମିଟି ସଦସ୍ୟ ରାଧେଶ୍ୟାମ ସାହୁ, ରାଜେନ୍ଦ୍ର ପୂଝାରି, ଲଳିତ ବରିହା, ବିକ୍ରମ ସାହୁ, ନନ୍ଦଲାଲ ସାହୁ, ଚତୁର୍ଭୁଜ ବାବୁ, ଅଶୋକ ପଣ୍ଡା, ପ୍ରଦୀପ ଦାଶ,

ଅରୁଣ ପଣ୍ଡା, ପଦ୍ମଲୋଚନ ସାହୁ, ସୁବ୍ରତ ସାହୁ, ସଦାନନ୍ଦ ଶତପଥୀ, ଜୀବନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ହିମାଦ୍ରୀନଗର ପକ୍ଷରୁ ପାର୍ବତୀଙ୍କ ମାତା ପିତା ଭାବେ ମଳୟ ତ୍ରିପାଠୀ ଓ ସବିତା ତ୍ରିପାଠୀ ରହିଛନ୍ତି । ହିମାଦ୍ରୀ ନଗର ପାର୍ବତୀ ପୂଜା କମିଟି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଯଦୁମଣି ତ୍ରିପାଠୀ, କୈଳାସ ଗହୀର, ଭୈରବ ମେହେର, ସନ୍ତୋଷ ଗୁପ୍ତା, ଜିତୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version