ଓଡ଼ିଶା ତାଜା ନ୍ୟୁଜ୍ /୨୬ ଏପ୍ରିଲ ମଙ୍ଗଳବାର / ନୂଆଗାଁ :- ନୟାଗଡ ଜିଲ୍ଲା ମହପୁର ବନାଞ୍ଚଳ ଅଧିନରେ ରଗଡ଼ି ମଡା ସଂରକ୍ଷିତ ହାତିମୁଣ୍ଡା ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟରେ ଲଗିପଡିଛି ବନ ବିଭାଗ । ଲାଗିଥିବା ନିଆଁ କୁ ଲିଭାଇବା ପାଇଁ ମହିତମା ସେକ୍ସନ ର ବନ ପାଳ ରାକେଶ କୁମାର ସାହୁ, ସମସ୍ତ ଷ୍ଟାଫ ,
ବନରକ୍ଷୀ, ଫାୟାର ସ୍କ୍ୱାର୍ଡ, ୪୦ ଜଣ ଷ୍ଟାଫ ଦିନ ରାତି ନିୟୋଜିତ ଅଛନ୍ତି । ଦିନ ରାତି ଲିଭା ଚାଲିଛି।ଗୋଟେ ଗୋଟେ ଟିମ୍ ଗଠନ କରାଯାଇଛି । ନିଆଁ କୁ ଲିଭାଇବାରେ ସଫଳ ହୋଇଛି ଏବଂ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ପାଳ ରାକେଶ କୁମାର ସାହୁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ।

