ମୋବାଇଲ୍ ଲୁଟେରା କୁ ଗିରଫ କଲା – ନୂଆଗାଁ ପୁଲିସ୍

ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା  ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ ସିମିଳି ସାହି ଠାରେ ମୋବାଇଲ ଲୁଟେରା କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୂଆଗାଁ ପୁଲିସ୍ । ସୂଚନା ଅନୁଯାୟୀ ସିମିଳି ସାହି ଅଞ୍ଚଳର ଜୈନିକ ବାଳିକା କଲେଜ୍ ରୁ ଫେରୁଥିବା ବେଳେ ଭେଟ ପଲ୍ଲୀ ଠାରେ  ଶରଣ କୁଳ ଥାନା ବଡ଼ ଗୋରଡ଼ା ଗ୍ରାମ ର ପଠାଣି ରାଉତ ମୋବାଇଲ୍ ଛଡ଼ାଇ ନେଇ ଚାଲିଯାଇଥିଲା ।

ଖବର ପାଇ ନୂଆଗାଁ ପୁଲିସ୍ ମୋବାଇଲ ଲୁଟେରା କୁ ଗୋଡ଼ାଇ ସିମିଳି ସାହି ଠାରେ ଗିରଫ କରି ଥାନା କୁ ଆଣି  ୬୯/୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Exit mobile version