ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ ବାଲିଗୁଡା :- ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ବୃନ୍ଦା, ଡିଏସ୍‌ପି ଭିନୀତ ଅଗ୍ରୱାଲ୍‌, ଏସଡିପିଓ ଜିଆର ରେଡ୍ଡୀ , ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ ସିଡିପିଓ ଅନିତା ଦାସଙ୍କ ସମେତ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ  ଉପସ୍ଥିତ ଥିଲେ ।

ଏଥିରେ ଅଞ୍ଚଳର ବିଭିନ୍ନ ଅଭାବ ଅସୁବିଧା ସମସ୍ୟା ସମ୍ପର୍କରେ ପ୍ରାୟ ୬୬ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଛି । ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁ ପ୍ରଥମ ଦିନରେ କମସଂଖ୍ୟକ ଲୋକ ଆସିଥିବା ଜଣାପଡ଼ିଛି ।

Exit mobile version