ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ନୂଆଗାଁ :- ଦେଶ ସ୍ୱାଧୀନତା ପ୍ରାପ୍ତିର 75ବର୍ଷ ପୂର୍ତ୍ତି ଉପଲକ୍ଷେ ସାରାଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ଉତ୍ସବ l ଏହି କ୍ରମରେ ରବିବାର ସନ୍ଧ୍ୟାରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଉପଲକ୍ଷେ ଥୁଆବାରୀ ଭଳି ଏକ ପବିତ୍ର ମାଟିରେ ଏଭଳି ଉତ୍ସବ ଆୟୋଜନ କରି ସେବା ଉତ୍ସବ ସମିତି ନିଜକୁ କୃତଜ୍ଞ ମନେକରୁଥିବା ନେଇ ମତ ରଖିଛନ୍ତି ଅନୁଷ୍ଠାନର ଅଧକ୍ଷ ଶିବରାମ ମହାପାତ୍ର l ଏହି ଅବସରରେ କଣ୍ଡୁରୀ ପରିଡା, ବୁଦ୍ଧି ପରିଡା ଓ ଆନନ୍ଦ ସ୍ୱାଇଁଙ୍କ ପରି ଅନେକ ବୀର ବରପୁତ୍ରଙ୍କୁ ଜନ୍ମଦେଇଥିବା ଏହି ମାଟିକୁ ସାରା ଦେଶ ମନେ ପକେଇବାର ସମୟ ଆସିଛି ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଛନ୍ତି l
ରବିବାର ସନ୍ଧ୍ୟାରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିଅର ଶିଶିର କୁମାର ନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ମାଟି ଭାବେ ଥୁଆବାରୀ ସାରା ଭାରତ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କହିଛନ୍ତି l ସେହିଭଳି ମୁଖ୍ୟବକ୍ତା ଭାବେ ଲେଖକ ତଥା ଗବେଷକ ଚନ୍ଦ୍ରବିଜୟୀ ମିଶ୍ର ଭାରତର ସ୍ୱାଧୀନତା ସଂଗ୍ରାମରେ ଥୁଆବାରୀର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଏହାକୁ ସରକାର ଯଥୋଚିତ ସମ୍ନାନ ଦେବରେ ଚରମ ଅବହେଳା କରିଛନ୍ତି ବୋଲି ମତ ରଖିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ,, ଥୁଆବାରୀ ଗ୍ରାମର ସଭାପତି ବିଜୟ କୁମାର ସାହୁ, ସମାଜସେବୀ ନବକିଶୋର ସାହୁ ପ୍ରମୁଖ ଯୋଗଦେଇ ସ୍ୱାଧୀନତାର 75ବର୍ଷ ଅବସରରେ ଏହି ସଂଗ୍ରାମୀଙ୍କ ଗାଁକୁ ଯଥୋଚିତ ସମ୍ମାନ ଦେବାରେ ସରକାରୀ ସ୍ଥରରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଥିବା କହିଛନ୍ତି l
ଶେଷରେ,ବୌଦ୍ଧିକ ସଭା ପରେ ନୃତ୍ୟପ୍ରଣାମ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କୁ ନେଇ ଗୁରୁ ଲିମା ଦାଶଙ୍କ ତତ୍ୱାବଧାନରେ ପରିବେଶିତ ଓଡିଶୀ ଓ ଦେଶାତ୍ମବୋଧକ ନୃତ୍ୟ ଉପସ୍ଥିତ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଛି l ଆଜିର କାର୍ଯ୍ୟକ୍ରମକୁ ସାମ୍ବାଦିକ ଜୟେନ୍ଦ୍ର କୁମାର ବେହେରା ସଂଯୋଜନା କରିଥିବା ବେଳେ ଥୁଆବାରୀର ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି l

