ନୟାଗଡ ପୌର ପରିଷଦରେ ଶ୍ରମ ନିୟୋଜିତ କମିଟି ଗଠିତ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ ଜିଲ୍ଲା ,ରିପୋର୍ଟ ,ରାମକୃଷ୍ଣ ରଥ : – ମହାମାରୀ କରୋନା ପରିପ୍ରେକ୍ଷୀରେ ଦୀର୍ଘ ଦୁଇ ମାସ ହେଲା ଲକ ଡାଉନ ଯୋଗୁଁ ସ୍ଥାନୀୟ ଶ୍ରମ ଯିବି ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ଶ୍ରମିକ ମାନଙ୍କୁ ଶ୍ରମ ଭିତିକ କାର୍ଯ୍ୟ ଯୋଗାଇଦେବାକୁ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ଏହାର ନାମ କରଣ ଅର୍ବାନ ୱେଜ ଏମପ୍ଲୟମେଣ୍ଟ ଇନିସିଏଟିଭ(UWEI)ରଖିଛନ୍ତି । ସହରାଞ୍ଚଳ ଶ୍ରମ ନିୟୋଜିତ ଆରମ୍ଭ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ଯୋଜନା ନୟାଗଡ ସହରରେ 20.5.2020 ଠାରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି|ଆଜି ଏ ସମ୍ପର୍କରେ ପୌର ପରିଷଦ ସ୍ଥରିୟ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ୱାର୍ଡ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉଭୟ ମହିଳା ପୁରୁଷ ଶ୍ରମିକ ମାନେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତିର ସଭ୍ୟ ମାନେ କାର୍ଯ୍ୟ ଗୁଡିକୁ ତଦାରଖ କରିବେ ।

ଆଜି ଆୟୋଜିତ ବୈଠକରେ ଇ.ଓ. ସନ୍ତୋଷ କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ପୌର ଯନ୍ତ୍ରୀ ବାଇଧର ରାଉତ, ଯେ.ଇ ଦ୍ୱୟ ସନାତନ ଭୋଳ, ବିଷ୍ଣୁପ୍ରସାଦ, ଅଙ୍ଗନବାଡି ସୁପରଭାଇଜର, ସ୍ୱାସ୍ଥ୍ୟ ଅଧିକାରୀ, ସି.ଓ ସି.ଏମ.ଏମ.ୟୁ ପରିଚାଳକ, ସମସ୍ତ ୱାର୍ଡ ଅଫିସର, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଓ ମିଶନ ଶକ୍ତି ଗ୍ରୁପର ସଦସ୍ୟା ମାନେ ଯୋଗ ଦେଇଥିଲେ । ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଅନୁଧ୍ୟାନ କରାଯିବା ସହିତ ଅନୁମୋଦନ କରାଯାଇଥିଲା । ଶେଷରେ ଓଡିଶା ସରକାର ଓ ନଗର ଉନ୍ନୟନ ବିଭାଗକୁ ଧନ୍ୟବାଦ ଜଣାଇ ଦିଆଯାଇଥିଲା ।

Exit mobile version