ବାବାସାହେବ୍ ଆମ୍ବେଦକର ନୋବେଲ୍‌ ଆୱାର୍ଡ ପାଇଲେ : ସମାଜସେବୀ ଶ୍ରୀ ପ୍ରଶାନ୍ତ ମାଲୁ

ଓଡିଶା ନା ରଖିଛନ୍ତି ଗଞ୍ଜାମ ବ୍ରହ୍ମପୁର ସହର ବାବାସାହେବ ଆମ୍ବେଦକର ନୋବେଲ ଆୱାର୍ଡ ପାଇଲେ ସମାଜସେବୀ ଶ୍ରୀ ପ୍ରଶାନ୍ତ ମାଲୁ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ ଗଞ୍ଜାମ ବ୍ରହ୍ମପୁର :- ବାବାସାହେବ୍  ଆମ୍ବେଦକର ନୋବେଲ୍‌ ଆୱାର୍ଡ଼ ୨୦୨୨ରେ ସମ୍ମାନିତ ହେଲେ ବ୍ରହ୍ମପୁରର  ଜଣାଶୁଣା ବ୍ୟକ୍ତି, ସମାଜସେବୀ  ତଥା ‘ଆର୍ନ୍ତଜାତୀୟ ମାନବ ଅଧିକାର ପରିଷଦ’ ର  ପୂର୍ବ ଭାରତ (ପୁଲିସ୍ ୱେଲଫର ଅଧିକାରୀ) ଶ୍ରୀ ପ୍ରଶାନ୍ତ ମାଲୁ ଗତ ତାରିଖରେ ମୁମ୍ବାଇଠାରେ ‘ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ’ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ସେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେହିଭଳି ଉକ୍ତ ସଂସ୍ଥାର ପୂର୍ବଭାରତ ସମ୍ପାଦକ ସନ୍ତୋଷ କୁମାର ହୋତା, ଗଞ୍ଜାମ ଶାଖା ସଭାପତି ଭଗବାନ ପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ଏପିଲି, ଜିଲ୍ଲା ସାଧାରଣ ସମ୍ପାଦକ ଆର ଜଗବନ୍ଧୁ ରେଡ଼ୀ,

ଏବଂ ଓଡ଼ିଶା ରାଜ୍ୟ ସଭାପତି ପ୍ରମୋଦ ରାଉଳ ପ୍ରମୁଖ ଏହି ସମ୍ମାନରେ ସମ୍ବଦ୍ଧିତ ହୋଇଛନ୍ତି । ଏମାନେ ଜଣେ ଜଣେ ପେଷାଦାର ବ୍ୟବସାୟୀ ହେଲେ ହେଁ ସମାଜସେବା ପ୍ରତି ଏମାନଙ୍କ ମନ ରହିଛି । ସାମାଜିକ ଅନୁଷ୍ଠାନ ଗଢି ତଳିବା ଓ ସେଥ୍‌ଦ୍ବାରା ଲୋକଙ୍କୁ ସେବା କରିବାରେ ଆଗ୍ରହ ରହିଛି । ସେବା କ୍ଷେତ୍ରରେ ଏହି ଗୋଷ୍ଠୀ ସବୁବେଳେ ଆଗରେ ଥିବା ଜଣାଯାଏ | ବର୍ତ୍ତମାନ ଏମାନେ ମୁମ୍ବାଇଠାରେ ସମ୍ମାନିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

 

Exit mobile version