ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କୈବର୍ତ୍ତ ଭବନ ପ୍ରଥମ ମହଲାର ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ଭୁବନେଶ୍ୱର :- ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ନୟାପଲ୍ଲୀ ଭିଆଇପି କଲୋନୀରେ ଅବସ୍ଥିତ କୈବର୍ତ୍ତ ମହାସଭା ଭବନର ପ୍ରଥମ ମହଲାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି I ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା, ପୂର୍ବତନ ମନ୍ତ୍ରୀ ତଥା କୈବର୍ତ୍ତ ମହାସଭାର ସଭାପତି ଶ୍ରୀ ଯୋଗେନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ଶ୍ରୀ ମନୋଜ କୁମାର ବେହେରାଙ୍କ ଉପସ୍ଥିତିରେ ଏହି ଭବନ ପ୍ରଥମ ମହଲାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ I 

କୈବର୍ତ୍ତ ମହାସଭାର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କୈବର୍ତ୍ତ ମାନଙ୍କ ସାମାଜିକ,ଆର୍ଥିକ ଓ ସାଂସ୍କୃତିକ ବିକାଶରେ ମହାସଭା ଅଧିକ କାର୍ଯ୍ୟକରି ଅନ୍ୟ ସଂଗଠକ ମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ I ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ମହାସଭାର ପ୍ରମୁଖ ସଚିବ ଶ୍ରୀ ପାଣ୍ଡବ ବେହେରା ଏବଂ ମୁଖ୍ୟ ଉପଦେଷ୍ଠା ଶ୍ରୀ ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

 

Exit mobile version