odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ ।
ଭୁବନେଶ୍ୱର,ରିପୋର୍ଟ / ମନୋଜ (ଓଡିଶା ତାଜା ନ୍ୟୁଜ୍ ) ବାପୁଜୀ ନଗର ସିଲ୍ କରାଯାଇଛି ,୧୨ ମଇ, ମଙ୍ଗଳବାର :- ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରାଯାଇଛି । ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ । ବାକି ସବୁ ଦୋକାନ ବନ୍ଦ ରହିବ ବୋଲି ବିଏମ୍ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଦେଇଛନ୍ତି । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମ୍ସିର ଅନୁମତି ନ ନେଇ ଦୋକାନ ଖୋଲିବା ଅଭିଯୋଗରେ ମାର୍କେଟ୍କୁ ସିଲ୍ କରାଯାଇଛି ।
କେବଳ ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ମାର୍କେଟ୍ରେ ଥିବା ଦୋକାନ ଗୁଡ଼ିକ ବିଏମ୍ସିର ଅନୁମତି ନ ନେଇ ଖୋଲିଥିଲେ। ଫଳରେ ବିଏମ୍ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମ୍ସି ଓ ବିଡିଏ ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ର ମିଳିତ ଭାବେ ଚଢ଼ଉ କରି ମାର୍କେଟ୍କୁ ସିଲ୍ କରିଛି ।
