କେବେ ଗିରଫ ହେବେ ଫଳକ ଭଙ୍ଗା ଦୁର୍ବୃତ୍ତ ଓ ତାଙ୍କ ପରାମର୍ଶ ଦାତା

ନୂଆଗାଁ ଥାନା ରେ ପାରା ଢିପି ଗ୍ରାମ ପଞ୍ଚାୟତ ର  ଦୁର୍ଯ୍ୟୋଧନ ରାଉତ ୧୧ ଜଣ ଙ୍କ ନାମରେ  ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ନୂଆଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ କେସ ନଂ ୬୮ ରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିବା କହିଛନ୍ତି ।

ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଫଳକ ଭଙ୍ଗା ଦୁର୍ବୃତ୍ତ ଏବଂ ତାଙ୍କ ପରାମର୍ଶ ଦାତା  କୁଚକ୍ରି ଗୋଷ୍ଠୀ ଙ୍କୁ ଘୋର ନିନ୍ଦା କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ  ଏବଂ ପାରା ଢିପି ପଞ୍ଚାୟତ ରେ ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ । ସୂଚନା ଅନୁଯାୟୀ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିବା ଘଟଣା ରାଜ ନୈତିକ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏବଂ ଜନସାଧାରଣ ଙ୍କ ମହଲରେ ତୀବ୍ର ନିନ୍ଦା ର ସୂତ୍ରପାତ ହେଉଛି । ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି ଯେ କିଛି ଖଳ ପ୍ରକୃତିର ବ୍ୟକ୍ତି ପଞ୍ଚାୟତ  ନିର୍ବାଚନ ପରଠାରୁ ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । ଆଉ କେହି କେହି କୁହନ୍ତି କିଛି ରାଜନୈତିକ ବ୍ୟକ୍ତି ନିର୍ବାଚନ ପରାଜୟ କରିବା ପରେ ଜ୍ଵର ବିକଳରେ ତାଟିଆ କାମୁଡ଼ି ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାରେ ଲିପ୍ତ ଅଛନ୍ତି ।

ମିଳିଥିବା ଖବର ଅନୁସାରେ ନୂଆଗାଁ ପଞ୍ଚାୟତ ମେଡିକାଲ୍ ଏବଂ ପାରା ଢ଼ିପି ପଞ୍ଚାୟତ ରେ ଫଳକ ଭଙ୍ଗା ପଛରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କରୁଥିବା ଅନୁମାନ କରାଯାଉଛି । ପାରା ଢିପି  ପଞ୍ଚାୟତ ରେ ଫଳକ ଭଙ୍ଗା କୁ ନେଇ  ନୂଆଗାଁ ଥାନା ରେ ପାରା ଢିପି ଗ୍ରାମ ପଞ୍ଚାୟତ ର  ଦୁର୍ଯ୍ୟୋଧନ ରାଉତ ୧୧ ଜଣ ଙ୍କ ନାମରେ  ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ନୂଆଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ କେସ ନଂ ୬୮ ରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିବା କହିଛନ୍ତି ।

ତେବେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଫଳକ ଭଙ୍ଗା ଦୁର୍ବୃତ୍ତ ଏବଂ ତାଙ୍କ ପରାମର୍ଶ ଦାତା  କୁଚକ୍ରି ଗୋଷ୍ଠୀ ଙ୍କୁ ଘୋର ନିନ୍ଦା କରିଛନ୍ତି ନୂଆଗାଁ ବ୍ଲକ୍ ର ଜନସାଧାରଣ । ଏପରିକି ଫଳକ ଭଙ୍ଗା ଦୁର୍ବୃତ୍ତ ଏବଂ ତାଙ୍କ ପରାମର୍ଶ ଦାତା  ତୁରନ୍ତ ଗିରଫ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Exit mobile version