ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ କଟକ :- କଟକ ଅଲିଶାବଜାର ସ୍ଥିତ ସାମାଜିକ ଅନୁଷ୍ଠାନ ଐତିହ୍ୟର କାର୍ଯ୍ଯାଳୟ ପରିସରରେ ଓଡ଼ିଶା ସଂଗୀତ ଜଗତର ରାଜକୁମାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଉତ୍କଳ କେଶରୀ ସିଂହ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନ ପକ୍ଷରୁ ରବିନାରାୟଣ ରାଉତରାୟ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଦୁଇମିନିଟ ନିରବ ପ୍ରାର୍ଥନା ପରେ ରାମଧୂନ ଗାନ କରାଯାଇଥିଲା । ଏହି ଶୋକସଭାରେ ବିଶିଷ୍ଟ ବ୍ଯଙ୍ଗକବି ଧର୍ମଛଡା ଯୋଗଦେଇ ପ୍ରଫୁଲ୍ଲ କରଙ୍କ ସ୍ମୃତି ଚାରଣ କରି କହିଥିଲେ “କମଳଦେଶର ରାଜକୁମାର” ପ୍ରଫୁଲ୍ଲ କରଙ୍କୁ ଓଡ଼ିଆ ଜାତି ଯୁଗଯୁଗ ଧରି ମନେରଖିବ ।

ବରିଷ୍ଠ ସଦସ୍ୟ ଦେବକୁମାର ରାଉତରାୟ କହିଥିଲେ ପ୍ରଫୁଲ୍ଲ କରଙ୍କ ବିୟୋଗ ଓଡ଼ିଶାର ସଂଗୀତ ଜଗତର ଏକ ଅପୂରଣୀୟ କ୍ଷତି ଯାହାର ଶୂନ୍ୟ ସ୍ଥାନ କେବେବି ପୂରଣ ହୋଇ ପାରିବ ନାହିଁ । ଉକ୍ତ ଶୋକ ସଭାରେ ଅନୁଷ୍ଠାନର ସଦସ୍ୟ ଦିପ୍ତୀ ଦାସ , ହିମାଂଶୁ ଶେଖର ସାହୁ , ଫିରୋଜ ଖାଁ , ପ୍ରଶାନ୍ତ ବେହେରା , ଶ୍ରଦ୍ଧାଞ୍ଜଳି ସେଠୀ , ପ୍ରଶାନ୍ତ ଦାସ , ନିକୁଞ୍ଜ କିଶୋର ମଙ୍ଗରାଜ , ମହମ୍ମଦ ମାଶୁଦ ଫକୀର ଏବଂ ବିଶ୍ବନାଥ ପଣ୍ଡା ପ୍ରମୁଖ ୰ ପ୍ରଫୁଲ୍ଲ କରଙ୍କ ସ୍ମୃତି ଚାରଣ କରିଥିଲେ ।
