ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର /ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ସିବଦତ୍ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ଯୋଗଦେଇ ସାମ୍ବାଦିକ ମାନଙ୍କ ଭୂମିକା ବର୍ଣ୍ଣନା କରିବା ସହିତ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ବ କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିଲେ ମଧ୍ୟ ସେହି କାର୍ଯ୍ୟକୁ ବିଭିନ୍ନ ଢ଼ଙ୍ଗରେ ଅସଫଳ ଭାବେ ପରିପ୍ରକାଶ କରିବା ଠିକ୍ ନୁହେଁ ବୋଲି କହିଥିଲେ ।

ତତ୍ ସହିତ ଏହା ଏକ ଅସ୍ଥାୟୀ କାର୍ଯ୍ୟାଳୟ ଆଗାମୀ ଦିନରେ ଏକ ସ୍ଥାୟୀ ସାମ୍ବାଦିକ ଗୃହ ନିର୍ମାଣ ପାଇଁ ପାଣ୍ଠି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘର ଏକତା କୁ ପ୍ରଶଂସା କରିଥିଲେ ଦଶପଲ୍ଲା ବିଧାୟକ । ସମ୍ମାନୀତ ଅତିଥି ଭାବେ ନୟାଗଡ ମୁନିସି ପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ,ନୟାଗଡ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇ,ଧରିତ୍ରୀ ଜିଲ୍ଲା ସାମ୍ବାଦିକ ସାମ୍ବାଦିକ ଲୋକନାଥ ମିଶ୍ର,କନକ ନ୍ୟୁଜ ଜିଲ୍ଲା ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ,ନିଉଜ ୭ ର ବରିଷ୍ଠ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର,ନୟାଗଡ ଜିଲ୍ଲା ଡିଜିଟାଲ ସଂଘର ସଭାପତି ଅନୱର୍ ଅଲ୍ଲୀ ଖାଁ ପ୍ରମୁଖ ଯୋଗ ଦେଇଥିଲେ ।

