
ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର /କୋରାଇ :- ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ଆଂଚଳିକ ହିଙ୍ଗୁଳା କମିଟ ତରାପୁର ଠାରେ ଚାଲିଥିବା ୮୬ତମ ମା’ ହିଙ୍ଗୁଳା ଦେବୀଙ୍କର ଘୃତଯଜ୍ଞ ଓ ନାମଯଜ୍ଞ ଉତ୍ସବ ୨୧ତାରିଖ ଶେଷ ହୋଇଥିଲା ବେଳେ ଆଜି(୨୩ତାରିଖ ଶନିବାର) ଯଜ୍ଞ ଭଷ୍ମକୁ ପବିତ୍ର ବ୍ରାହ୍ମଣୀନଦୀର ଶାଖା ଖରସ୍ରୋତା ଜଳରେ ବିସର୍ଜନ କରାଯାଇଛି । ଦୀର୍ଘ ୯ଦିନ ବ୍ୟାପୀ ମା’ ହିଙ୍ଗୁଳାଙ୍କ ପୂଜାର ଯଜ୍ଞ ଗତ ଶୁକ୍ରବାର ଆରମ୍ଭ ହୋଇ ବୁଧବାର ପୂର୍ଣ୍ଣାହୁତି ହୋଇଥିଲା । ପରେ ୨୪ପ୍ରହରି ନାମଯଜ୍ଞ ହୋଇ ନଗରଭ୍ରମଣ ଓ ଦଧିଭାଣ୍ଡ ଭଞ୍ଜନ ହୋଇ ଉଦ୍ଯାପିତ ହୋଇଛି । ଶନିବାର ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ମା’ଙ୍କ ପୀଠରେ ପୂର୍ବାହ୍ଣରେ ବାଲ୍ୟଲିଳା ଆଦି ପୂଜାର୍ଚ୍ଚନା କରାଯାଇଥିଲା ।

