Home ଓଡ଼ିଶା ସେଂଟ ଜାଭିୟର ଇଂଟରନେସନାଲ ସ୍କୁଲରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର /କୋରାଇ :- ଯାଜପୁର ରୋଡ଼ର ଦଳା ସ୍ଥିତ ସେଂଟ ଜାଭିୟର ଇଂଟରନେସନାଲ ସ୍କୁଲରେ ଦଶମ ଶ୍ରେଣୀର ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଯୋଗଦେଇ ପିଲାମାନଙ୍କୁ ପରୀକ୍ଷାକୁ ଏକ ଉତ୍ସବ ବୋଲି ଭାବି ଆନନ୍ଦ ମନ ପରୀକ୍ଷା ଦେବାକୁ କହିଥିଲେ ଓ ସଫଳତା ଓ ବିଫଳତାକୁ ଭ୍ରୁକ୍ଷେପ ନ କରି ଜୀବନର ରାସ୍ତାରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ । ସ୧ାନିତ ଅତିଥିଭାବେ କେଜିଆଇର ଡେପୁଟି ଡିନ ଅଭିଳାଷ ପଣ୍ଡା, ସେଂଟ ଜାଭିୟର ଇଂଟରନେସନାଲ ସ୍କୁଲର ଡେପୁଟି ହେଡ଼ ଅଫ ଷ୍ଟୁଡେଂଟ ଆଫେୟାର୍ସ ଜ୍ୟୋତି ପ୍ରକାଶ ପଣ୍ଡା, ଆକ୍ଟିଭିଟି ଇନଚାର୍ଜ ସବିତା ନନ୍ଦ ପ୍ରମୁଖ ଯୋଗଦେଇ ପରୀକ୍ଷା ଏକ ପର୍ଯ୍ୟାୟ ଏହା ଛାତ୍ର ଜୀବନରେ ବାରମ୍ବାର ଆସିବ, ତାକୁ ପ୍ରସ୍ତୁତିକ୍ରମେ ସମ୍ନାକରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସଭାପ୍ରାରମ୍ଭରେ ଲିପ୍ସିତା ପରିଡ଼ା, ଜ୍ୟୋତି କୁମାରୀ, ରୋଶନ ଦାସ ଓ ରୋଶନ ଗୁପ୍ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ(ନୂଆ) ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଦଶମ ଶ୍ରେଣୀର ବିଦାୟୀ ଛାତ୍ରୀ ମେହେଜାବିନ ଖାନ, ଶ୍ରଦ୍ଧାଞ୍ଜଳି ଆଚାର୍ଯ୍ୟ, ତୁହେରା ଫାତେମା, ଶ୍ରେୟା ମହାପାତ୍ର, ସୋନାଲି ପୃଷ୍ଟି, ମନିସ ରଞ୍ଜନ ମଲ୍ଲିକ, କ୍ରି୩⁄୪ା ରାୟ, ଆୟୁଷ ଓଝା, ଅମିତକୁମାର ବିଶ୍ୱାଳ, ଅୟନ୍ତିକା ସାହୁ ଓ ପ୍ରତୀକ ପ୍ରସାଦ କର ପ୍ରମୁଖ ବିଦାୟୀ ଛାତ୍ରଛାତ୍ରୀ ନିଜ ନିଜର ସ୍ମୃତିଅନୁଭୂତି ବଖାଣିଥିଲେ । ଏହି ସଭାରେ ଶିକ୍ଷକ ଦୀପ୍ତିରଞ୍ଜନ ନାୟକ, ଅନିତା ଭୂୟାଁ, ସୁବାସ ଚନ୍ଦ୍ର ସାହୁ ଓ ଓଜସ୍ୱିନୀ ମହାନ୍ତି ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ବିଦାୟୀ ଛାତ୍ରଛାତ୍ରୀଙ୍କ ଆଶୀର୍ବଚନ ପ୍ରଦାନ କରିଥିଲେ । ଅନୁଷ୍ଠିତ ସଭାରେ ଆୟୋଜକ ଦଶମଶ୍ରେଣୀ(ନୂଆ)ର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସନ୍ତୋଷିନୀ ମହାପାତ୍ର ଅତିଥି ପରିଚୟ ଦେଇଥିଲା ବେଳେ ସଞ୍ଜନା ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରିୟଙ୍କା ଦାଶ ଓ ପ୍ରୀତି ପ୍ରିୟନ୍ତୀ ପାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଶେଷରେ ଦଶମ ଶ୍ରେଣୀରଛାତ୍ର କୃ୩⁄୪ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ by Proprietor Abhimanyu Maharana June 19, 2026 ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା by Proprietor Abhimanyu Maharana June 19, 2026 Baleshwar Leads Odisha’s Energy Transition with Over 10,000 Rooftop Solar Installations by Proprietor Abhimanyu Maharana June 19, 2026 ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026 ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ by Proprietor Abhimanyu Maharana June 18, 2026