Home ଓଡ଼ିଶା ସେଂଟ ଜାଭିୟର ଇଂଟରନେସନାଲ ସ୍କୁଲରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର /କୋରାଇ :- ଯାଜପୁର ରୋଡ଼ର ଦଳା ସ୍ଥିତ ସେଂଟ ଜାଭିୟର ଇଂଟରନେସନାଲ ସ୍କୁଲରେ ଦଶମ ଶ୍ରେଣୀର ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଯୋଗଦେଇ ପିଲାମାନଙ୍କୁ ପରୀକ୍ଷାକୁ ଏକ ଉତ୍ସବ ବୋଲି ଭାବି ଆନନ୍ଦ ମନ ପରୀକ୍ଷା ଦେବାକୁ କହିଥିଲେ ଓ ସଫଳତା ଓ ବିଫଳତାକୁ ଭ୍ରୁକ୍ଷେପ ନ କରି ଜୀବନର ରାସ୍ତାରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ । ସ୧ାନିତ ଅତିଥିଭାବେ କେଜିଆଇର ଡେପୁଟି ଡିନ ଅଭିଳାଷ ପଣ୍ଡା, ସେଂଟ ଜାଭିୟର ଇଂଟରନେସନାଲ ସ୍କୁଲର ଡେପୁଟି ହେଡ଼ ଅଫ ଷ୍ଟୁଡେଂଟ ଆଫେୟାର୍ସ ଜ୍ୟୋତି ପ୍ରକାଶ ପଣ୍ଡା, ଆକ୍ଟିଭିଟି ଇନଚାର୍ଜ ସବିତା ନନ୍ଦ ପ୍ରମୁଖ ଯୋଗଦେଇ ପରୀକ୍ଷା ଏକ ପର୍ଯ୍ୟାୟ ଏହା ଛାତ୍ର ଜୀବନରେ ବାରମ୍ବାର ଆସିବ, ତାକୁ ପ୍ରସ୍ତୁତିକ୍ରମେ ସମ୍ନାକରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସଭାପ୍ରାରମ୍ଭରେ ଲିପ୍ସିତା ପରିଡ଼ା, ଜ୍ୟୋତି କୁମାରୀ, ରୋଶନ ଦାସ ଓ ରୋଶନ ଗୁପ୍ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ(ନୂଆ) ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଦଶମ ଶ୍ରେଣୀର ବିଦାୟୀ ଛାତ୍ରୀ ମେହେଜାବିନ ଖାନ, ଶ୍ରଦ୍ଧାଞ୍ଜଳି ଆଚାର୍ଯ୍ୟ, ତୁହେରା ଫାତେମା, ଶ୍ରେୟା ମହାପାତ୍ର, ସୋନାଲି ପୃଷ୍ଟି, ମନିସ ରଞ୍ଜନ ମଲ୍ଲିକ, କ୍ରି୩⁄୪ା ରାୟ, ଆୟୁଷ ଓଝା, ଅମିତକୁମାର ବିଶ୍ୱାଳ, ଅୟନ୍ତିକା ସାହୁ ଓ ପ୍ରତୀକ ପ୍ରସାଦ କର ପ୍ରମୁଖ ବିଦାୟୀ ଛାତ୍ରଛାତ୍ରୀ ନିଜ ନିଜର ସ୍ମୃତିଅନୁଭୂତି ବଖାଣିଥିଲେ । ଏହି ସଭାରେ ଶିକ୍ଷକ ଦୀପ୍ତିରଞ୍ଜନ ନାୟକ, ଅନିତା ଭୂୟାଁ, ସୁବାସ ଚନ୍ଦ୍ର ସାହୁ ଓ ଓଜସ୍ୱିନୀ ମହାନ୍ତି ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ବିଦାୟୀ ଛାତ୍ରଛାତ୍ରୀଙ୍କ ଆଶୀର୍ବଚନ ପ୍ରଦାନ କରିଥିଲେ । ଅନୁଷ୍ଠିତ ସଭାରେ ଆୟୋଜକ ଦଶମଶ୍ରେଣୀ(ନୂଆ)ର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସନ୍ତୋଷିନୀ ମହାପାତ୍ର ଅତିଥି ପରିଚୟ ଦେଇଥିଲା ବେଳେ ସଞ୍ଜନା ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରିୟଙ୍କା ଦାଶ ଓ ପ୍ରୀତି ପ୍ରିୟନ୍ତୀ ପାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଶେଷରେ ଦଶମ ଶ୍ରେଣୀରଛାତ୍ର କୃ୩⁄୪ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ଭୀମପୁର ଓ ଗାଲୁଆ ପଞ୍ଚାୟତର ଯୁବକଙ୍କ ବୈଠକ : ଗ୍ରାମ ଉନ୍ନତି ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା by Proprietor Abhimanyu Maharana October 24, 2026 ଭସାଣୀରେ କଟକ ସହରର ୧୩୯ ଟି ମା,ଦୂର୍ଗାଙ୍କ ପ୍ରତିମୂର୍ତ୍ତି ବିସର୍ଜନ by Proprietor Abhimanyu Maharana October 24, 2026 କଟକ ଜିଲ୍ଲାରେ ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ମଦ ଜବତ by Proprietor Abhimanyu Maharana October 24, 2026 ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଅନୁଷ୍ଠିତ by Proprietor Abhimanyu Maharana October 24, 2026 ସଡ଼କ ଦୁର୍ଘଟଣାରେ ବାୟୁସେନା ଯୁବ ସୈନିକ ମୃତ୍ୟୁ by Proprietor Abhimanyu Maharana October 24, 2026 ସାଇ ବାବାଙ୍କ ତିରୋଧାନ ଦିବସ ମହୋତ୍ସବ by Proprietor Abhimanyu Maharana October 24, 2026