ପୁରୀ କୁ ରଥ ନିର୍ମାଣ ପାଇଁ ୩ ଶହ ଘନ ଫୁଟ :୨୪ ଖଣ୍ଡ କାଠ ଗଲା  ଧଉରା କାଠ

ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର / ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅନ୍ତର୍ଗତ ଖାଲ ମଡା  ବିଟ୍ ର ରଗଡ଼ି ମଡା ସଂରକ୍ଷିତ ଜଙ୍ଗଲ ରୁ ଦ୍ଵିତୀୟ  ଥର ଲାଗି ଗୋଟିଏ  ଟ୍ରକ୍ ରେ  ଧଉରା  କାଠ ୩୦୦ ଘନ ଫୁଟ ରଥ ଖଳା ପୁରୀ କୁ ପଠାଯାଇଛି ।

ଏହି କାମକୁ ବନପାଳ  ରାକେଶ କୁମାର ସାହୁ ,ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ତଦାରଖ କରି ପଠାଇ ଥିଲେ। ପ୍ରଭୁ ଜଗନ୍ନାଥ ଙ୍କ ର କାଠ ଯାଉ  ଥିବାରୁ ଗ୍ରାମବାସୀ ପୂଜା କରି ଗାଡ଼ିକୁ ଛାଡିଥିଲେ।ଗୋଟିଏ ଟ୍ରକ୍ ରେ ୨୪ ଖଣ୍ଡ କାଠ ପଠାଯାଇଥିବା ବନ ପାଳ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି ।

 

Exit mobile version