
ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର / ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣି ରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ ଯେ,ବାଲିଗୁଡାରୁ ବୁଡାଗୁଡା ଯାଉଥିବା ଘରୋଇ ଯାତ୍ରୀ ବାହୀ ବସ ଓ଼ମ ଭବାନୀ ଓଆର-୧୨ବି-୧୯୫୬ ରେ ଥିବା ୩୦ ଯାତ୍ରୀଙ୍କ ମଧ୍ୟରେ ୧୫ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

