କେନ୍ଦ୍ର  ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବୈପାରିଗୁଡା ଗସ୍ତ

ଓଡ଼ିଶା ତାଜା ନ୍ୟୁଜ୍  /୨୩ ଏପ୍ରିଲ ଶନିବାର / ବୈପାରିଗୁଡା :- କେନ୍ଦ୍ର ରେଳବାଇ , ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଜିଲ୍ଳାକୁ ସରକାରୀ କାର୍ଯ୍ୟରେ ଗ୍ରସ୍ତ କରୁଥିବା ସମୟରେ ବୈପାରିଗୁଡା ବିଜେପି ଦଳ ପକ୍ଷରୁ ବୈପାରିଗୁଡା  ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଛକ ତଥା ମୁଖ୍ୟଛକ ରେ ଅପେକ୍ଷା କରି ବିଜେପି କର୍ମୀଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ବୈପାରିଗୁଡା ଠାରେ ସ୍ୱଂଗତ କରିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାର ଜଣାପଡିଛି । ବୈପାରିଗୁଡା ବ୍ଳକର ସମସ୍ତ ପଂଚାୟତରୁ କର୍ମୀ ମାନେ ସକାଳୁ ସକାଳୁ ଆସି ବୈପାରିଗୁଡା ଛକରେ କେନ୍ଦ୍ର ରେଲ ମନ୍ତ୍ରୀ ଙ୍କୁ ଅପେକ୍ଷା କରିଥିବା ବେଳେ

୮ .୩୦ ମିନିଟ ସମୟରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈପାରିଗୁଡା ଠାରେ ପହଂଚି ଥିଲେ । ବରିଷ୍ଟ କର୍ମୀ ମାନେ ମଧ୍ୟ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଛନ୍ତି । ବୈପାରିଗୁଡା ବିଜେପି ମଣ୍ଡଳ ସଭାପତି ଉମେଶ ପଟନାୟକ , ଜିଲ୍ଲା ସମ୍ପାଦକ ଚନ୍ଦ୍ର ଶେଖର ରଥ , ପୂର୍ବତନ ବ୍ଳକ ସଭାପତି ଏନ.ହରି ପ୍ରସାଦ , ବ୍ଲକ ଯୁବ ସଭାପତି ନଟବର ପଟନାୟକ ,  ବରିଷ୍ଟ ବିଜେପି କର୍ମୀ ବିପିନୀ ବିହାରୀ ମହାନ୍ତି , ମନୋଜ ନାୟକ ଙ୍କ ସହିତ ସମସ୍ତେ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

Exit mobile version