ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ /୨୨ ଏପ୍ରିଲ, ଶୁକ୍ରବାର / ଭୁବନେଶ୍ୱର :- ୨୦୨୨ କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ ା ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍ ବୈଠକକୁ ଉଦ୍ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତପ୍ରକାଶ କରିଛନ୍ତି ।
