ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ 

ଡ଼ିଶା ତାଜା ନ୍ୟୁଜ୍  /ଏପ୍ରିଲ, ଶୁକ୍ରବାର /ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶ ଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି | ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘର ତାଲା ଝୁଲୁ ଥିଲା  l 

ଘର ଭିତରୁ ଧୂଆଁ ବାହାରୁ ଥିବା ବିଷୟ ଆଖପାଖ ସାହି ବାସିନ୍ଦା,ଓ ନିକଟରେ ଥିବା ସିଆରପିଏଫ୍‌ ବାଟାଲିୟନ ଦେଖିବା ପରେ  ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରୁଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ |

 

 

Exit mobile version