ତାଳଗଡ଼ିଆ ସମେତ କୋରାଇର ବିଭିନ୍ନ ପୀଠରେ ମା’ହିଙ୍ଗୁଳାଙ୍କ ଯଜ୍ଞତ୍ସବ ଉଦ୍‌ଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର )କୋରାଇ :- ଚୈତ୍ରଚତୁର୍ଦଶୀ ଠାରୁ ୫ଦିନ ବ୍ୟାପୀ ଚାଲିଥିବା କୋରଇ ବ୍ଲକର ଅନ୍ତର୍ଗତ କାଚରାସାହି ପଂଚାୟତର ତାଳଗଡ଼ିଆ ସ୍ଥିତ ମା’ ହିଙ୍ଗୁଳାଙ୍କ ଯଜ୍ଞାତ୍ସବ ଉଦ୍‌ଯାପିତ ହୋଇ ଯାଇଛି । ୧୫ତାରଖରେ ମଧ୍ୟରାତ୍ରୀରୁ ଶୁଭାଧିବାସ ହୋଇଥିଲା ବେଳେ ୧୬ତାରିଖ ଯଜେ୍ଞାତ୍ସବ ଆରମ୍ଭ ହୋଇଥିଲା । ୧୭ତାରିଖ ନାମଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ତାଭାବେ ରଙ୍ଗାଧର ଜେନା ଓ ତାଙ୍କ ସହଧର୍ମିଣୀ ପୂଜା କାର୍ଯ୍ୟସଂପାଦନ କରିଥିଲା ବେଳେ ମୁଖ୍ୟପୂଜକ ବସନ୍ତକୁମାର ଦାସ, ନକୁଳାନନ୍ଦ ଦାସ ପ୍ରମୁଖ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପବିତ୍ର ବେଦ ଧ୍ୱନିରେ ଯଜ୍ଞକାର୍ଯ୍ୟ ନିର୍ବାହ କରିଥିଲେ ।

୧୮ତାରିଖ ସୋମବାର ରାତ୍ରିର ଦ୍ୱିତୀୟ ପ୍ରହରରେ ଯଜ୍ଞର ଶେଷ ଆହୁତୀ ମୁଖ୍ୟ ପୂଜକ ଦ୍ୱାରା ପୂ ଣ୍ଣ ର୍ାହୁତୀ କାର୍ଯ୍ୟ ସମାପନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ସଭାପତି ଦୁର୍ଯ୍ୟେଧନ ସେଠୀ, ସଂପାଦକ ସୁଶାନ୍ତକୁମାର ମଲ୍ଲିକ, କୋଷାଧ୍ୟକ୍ଷ ଶରତଚନ୍ଦ୍ର ମଲ୍ଲିକଙ୍କ ତତ୍ୱାବଧନାରେ ଅମୂଲ୍ୟକୁମାର ମଲ୍ଲଇକ, ରମେଶଚନ୍ଦ୍ର ମିଶ୍ର, ଜଳଧର ଜେନା, ଜଗବନ୍ଧୁ ସେଠୀ, ଶରତଚନ୍ଦ୍ର ବାରିକ, ମଦନମୋହନ ସେଠୀ, କୀର୍ତନ ଯେନା, କୁମଳମଣି ବାରିକ ପ୍ରମୁଖ ଗ୍ରାମବାସୀ, କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରିହି ପରିଚାଳନା କରିଥିଲେ ।

ଯାତ୍ରାରେ ବହୁସଂଖ୍ୟାରେ ଯାତ୍ରୀଙ୍କ ସମାଗମ ହୋଇଥିଲା ବେଳେ ଆଇନ ଶୃଙ୍ଖଳାରକ୍ଷା ନିମନ୍ତେ କୋରାଇ ଥାନା ପୁଲିସ ଉପସ୍ଥିତ ରହି ଶୃଙ୍ଖଳାର ସହ କାର୍ଯ୍ୟନିର୍ବାହ କରିଥିଲେ । ୧୯ତାରିଖ ମଙ୍ଗଳବାର ଯଜ୍ଞଚରୁ ବଂଟନ କରାଯାଇଥିଲା । ସେହିପରି ରଙ୍ଗିଆଟିକିରି ବ୍ରହ୍ମଣ ଶାସନ, ପିମ୍ପଲ, ପୂର୍ବକୋଟ, ତୁଳତି, ତାହାରପୁର, ଖଣ୍ଡୁଆଳି, ବଛିପୁର, କନ୍ତୋର ପ୍ରମୁଖ କୋରାଇ ଓ ତାରଆଖପାଖ ଅଂଚଳରେଥିବା ପୀଠମାନଙ୍କରେ ମା’ହିଙ୍ଗୁଳା ପୂଜାଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

Exit mobile version