ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ବୈପାରିଗୁଡା :- ସିୱାଇଏସଡି-ପ୍ରୟାସର ୨୭ ତମ ପ୍ରତିଷ୍ଠା ଦିବସ ଏବଂ ସ୍ଥାନୀୟ ପଂଚାୟତ ବ୍ୟବସ୍ଥା ରେ ନିରନ୍ତର ବିକାଶ ଲକ୍ଷ୍ୟ ବିଷୟକୁ ନେଇ ଏକ ଆଲେଚନା ଚକ୍ର ବୈପାରିଗୁଡା ର ମୁଣ୍ଡାଗୁଡା ସ୍ଥିତ ସିୱାଇଏସଡି-ପ୍ରୟାସର ଅଫିସ ଠାରେ ଆଜି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିୱାଇଏସଡି କୋରାପୁଟ ଜିଲ୍ଲା ମୁଖ୍ୟ ସରୋଜ କୁମ୍ଭାର ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ସେଠୀ ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଆଦିତ୍ୟ ମିଶ୍ର , ସିୱାଇଏସଡି-ପ୍ରୟାସର ଦକ୍ଷିଣ ଓଡିଶାର ମୁଖ୍ୟ ରମେଶ ସ୍ୱାଇଁ ,
