ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିନ ଆର. ନୂଆଗାଁ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି l ମୃତ ଜଣକ ହେଲେ ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଆଡ଼େନିଗଡ଼ ଗ୍ରାମର ବସନ୍ତ ମୁଖି (୩୫) l ବସନ୍ତ ନିଜ ମାମୁ ଘର ଆର.ନୂଆଗାଁ ରେ ରହୁଥିବା ବେଳେ କୌଣସି କାମରେ ରାତି ୮ଟା ବେଳେ ଆର୍ ନୂଆଁଗାଁ ଠାରୁ ଲାଇନପଡ଼ା ଯାଇଥିବା ବେଳେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି l

