ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭା ଗୃହ ଠାରେ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ,ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତ ସମିତର ଅଧ୍ୟକ୍ଷ,ସମିତି ସଭ୍ୟ,ସଭ୍ୟା,ଜିିଲ୍ଲା ପରିଷଦ ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କୁ ନେଇ ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା କରଣ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥା ନିର୍ଦ୍ଦେଶକ ବିଶ୍ବରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା,
