ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ଖୋର୍ଦ୍ଧା ଜଟଣୀ :- ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେଵ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କନ୍ତିଆ ଜଟଣୀ ଖୋର୍ଦ୍ଧାରେ ଗତ ୧୧ ତାରିଖରୁ ଚାଲିଥିବା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ଯୁକ୍ତ ସତ୍ୟ ବ୍ରତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଆୟୋଜିତ ସଭାରେ ପୌରହିତ୍ୟ କରିଥିଲେ । ୮ଦିନ ଧରି ଚାଲିଥିବା ଏହି ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ସଭାରେ ଉଦବୋଧନ ଦେଇ କହିଥିଲେ ଯେ ବର୍ତ୍ତମାନ ସମୟରେ ଛାତ୍ରୀ ମାନେ ଶିକ୍ଷା ସହିତ ଆତ୍ମ କୌଶଳ ସହ ଆତ୍ମ ସୁରକ୍ଷା ପାଇଁ ମଧ୍ୟ ଶିକ୍ଷା ନେବା ଆବଶ୍ୟକ କାରଣ ଏବେ ଯେମିତି ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଜଣେ ଛାତ୍ରୀ ନିଜର ଏହି ଆତ୍ମ କୌଶଳ ବଳରେ ନିଜକୁ ନିଶ୍ଚିତ ରକ୍ଷା କରିବା ସହିତ ନିଜ ସାଙ୍ଗ ସାଥିଙ୍କୁ ମଧ୍ୟ ସାମୟିକ ସୁରକ୍ଷା ଦେଇ ପାରିବ ।

