
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ଭୁବନେଶ୍ୱର :- ଜନଜାତିଙ୍କ ଇତିହାସ ଓ ଐତିହ୍ୟ ସର୍ବପ୍ରାଚୀନ । ତାଙ୍କର କଳା ଓ ସଂସ୍କୃତିରେ ଅଛି ଅନନ୍ୟ ଜୀବନବୋଧ ା ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ବିଶେଷ ଉଦ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ରାଜଭବନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତୀ ଜନଜାତି ଚିତ୍ରକର, ଶିଳ୍ପୀ ଓ କାରିଗରମାନଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଦରକାର ।
