odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ
ନୟାଗଡ ଜ଼ିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ /(ଓଡିଶା ତାଜା ନ୍ୟୁଜ୍ ) ୧୧ ମଇ,ସୋମବାର :- ଋଣ ଗ୍ରାହୀ ଙ୍କ ବ୍ୟାଙ୍କ କର୍ତୃପକ୍ଷ ଙ୍କୁ ଋଣ ପରିଶୋଧ ସହ ଇନ୍ସୁରାନ୍ସ କମ୍ପାନୀ ର ସହଯୋଗ ରେ ପୁନଃ ବ୍ୟବସାୟ ପାଇଁ ଆକୁଳ ନିବେଦନ ନୟାଗଡ ବ୍ଲକ ଅନ୍ତର୍ଗତ ଗମ୍ଭାରିଡ଼ିହି ପଂଚାୟତ ର ଫାସୀପଡା ଗ୍ରାମର ପ୍ରହଲ୍ଲାଦ ପରିଡା କରିଥିବା ଅଭିଯୋଗ ଅନୁଯାୟୀ ସିଏ ନୟାଗଡ ୟୁନିଅନ ବ୍ୟାଙ୍କ ଶାଖା ରୁ 14ଲକ୍ଷ ଟଙ୍କା ଋଣ ନେଇ ନିଜ ଗ୍ରାମ ରେ ଏକ ବାଉତି କୁରୁ କୁରେ ଫାକ୍ଟ୍ରି ଚଳାଇ ବ୍ୟବସାୟ ଚଳାଇ ଥିବା ବେଳେ ଗତ ମେ 10ତାରିଖ ଉପରବେଳା କାଳ ବୈଶାଖୀ ପ୍ରଭାବ ରେ ଫାକ୍ଟ୍ରି ର ବ୍ୟାପକ କ୍ଷ୍ୟୟ କ୍ଷତି ହେବାରୁ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଫଳରେ ଆର୍ଥିକ କ୍ଷତି ହେବା ସହ ଜୀବନ ବଂଚିବା ଦୁର୍ବିସହ ହୋଇ ପଡ଼ିଥିବା ପ୍ରହଲ୍ଲାଦ ଅଭିଯୋଗ କରିଛନ୍ତି । ଏଣୁ ଇନ୍ସୁରାନ୍ସ କମ୍ପାନୀ ଏବଂ ୟୁନିଅନ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ଛାଡ ସହ ଇନ୍ସୁରାନ୍ସ କମ୍ପାନୀ ସହଯୋଗ କଲେ ପୁନଃ ବ୍ୟବସାୟ ଆରମ୍ଭ ସହ ଜୀବନ ବଞ୍ଚି ଯାନ୍ତା ବୋଲି ପ୍ରହଲ୍ଲାଦ ପ୍ରକାଶ କରିଛନ୍ତି ।
