odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ
କଟକ ଜିଲ୍ଲା ତିଗିରିଆ ବ୍ଲକ,ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ,୧୧ ମଇ,ସୋମବାର :- କଟକ ଜିଲ୍ଲା ତିଗିରିଆ ବ୍ଲକ ରେ ପୁଣି ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତାଙ୍କ ବୟସ ୩୭ ହୋଇଥିଲା ବେଳେ ସେ ଗୁଜୁରାଟ ର ସୁରତରୁ ଫେରିଛନ୍ତି, ଗତ ୩ ତାରିଖ ଦିନ ଗୁଜୁରାଟର ସୁରତରୁ ଫେରି ପୁରୀରେ ପହଞ୍ଚିଥିଲେ । ପୁରୀରୁ ସେ ଶଳା ଓ ଶଢୁ ସହିତ ବାଇକରେ ତିଗିରିଆ କ୍ବାରେଣ୍ଟାଇନ ରୁମରେ ରହିଥିଲେ।
ତାଙ୍କୁ ନେଇକି ଆସିଥିବା ତାଙ୍କ ସଳା ଓ ଶଢୁ ତାଙ୍କୁ ଛାଡି ଚାଲି ଯାଇଥିଲେ, କିନ୍ତୁ ସେମାନେ କ୍ବାରେଣ୍ଟାଇନ ରେ ରହି ନାହାନ୍ତି , ତାଙ୍କ ଶଳା ଓ ସଢୁ ଘର କଟକ ଜିଲ୍ଲା ବାରଙ୍ଗ ବ୍ଲକ ରଘୁନାଥପୁର ବୋଲି ଜଣାପଡିଛି । କୋରୋନା ଆକ୍ରାନ୍ତ ଯୁବକଙ୍କୁ କୋଭିଡ ହସପିଟାଲ ଅଶ୍ୱିନୀ କୁ ନିଆଯାଇଛି । ବ୍ଲକ ପ୍ରଶାସନ ପହଞ୍ଚି ପ୍ରଥମେ ଉକ୍ତ ଅଞ୍ଚଳକୁ ସାନିଟାଇଜେସନ କରିବା ସହିତ ଉକ୍ତ ଏରିଆ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛ । ଘଟଣା ଉପରେ ପ୍ରଶାସନ ତିକ୍ଷଣ ନଜର ରଖିବା ସହ ତାଙ୍କୁ ନେଇକି ଆସିଥିବା ସମ୍ପର୍କୀୟଙ୍କୁ ଖୋଜୁଛି,
