ଓଡ଼ିଶା ତାଜା ନ୍ୟୁଜ୍ (୧୯.୦୪.୨୦୨୨,ମଙ୍ଗଳବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା-ତିତକେଲା ଛକରୁ ଧରାପଡିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ପ୍ରାପ୍ତ ସୂଚନା ଅନୁସାରେ ତିନିଦିନ ଧରି ନର୍ଲା ଓ ପଲମ ପୋଲିସ ମିଳିତ ଭାବେ ପେଟ୍ରୋଲିଂ କରୁଥିଲେ । ତେବେ ଗତ ସୋମବାର ରାତି ପ୍ରାୟ ୨ଟା ୨୦ ମିନିଟ ସମୟରେ ପଲମ ପୋଲିସ ଏସଆଇ ଅସିତ ପଣ୍ଡାଙ୍କ ଟିମ ହାବୁଡରେ ସାତଟି ମଟର ସାଇକେଲରେ ଲୋଡ ହୋଇଥିବା ଗଞ୍ଜେଇ ଧରା ପଡିଥିଲା ।
