ଓଡ଼ିଶା ତାଜା ନ୍ୟୁଜ୍ (୧୯.ଏପ୍ରିଲ,ମଙ୍ଗଳବାର ) ରାଉରକେଲା :- ଭାରତର ସର୍ବବୃହତ ତଥା ଅତ୍ୟନ୍ତ ପ୍ରିମିୟମ ଚଳଚ୍ଚିତ୍ର ପ୍ରଦର୍ଶନୀ କମ୍ପାନୀ, ପିଭିଆର ସିନେମା ପକ୍ଷରୁ ଓଡିଶାର ରାଉରକେଲାଠାରେ ଏହାର ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଫୋରମ ଗ୍ୟାଲେରିଆ ମଲ୍ ଠାରେ ନୂତନ ଭାବେ ଶୁଭାରମ୍ଭ ହୋଇଥିବା ଏହି ୬-ସ୍କ୍ରିନ ର ପ୍ରପର୍ଟି ଶ୍ରେଷ୍ଠ ଥିଏରିଟରିକାଲ ସମାଧାନ ଏବଂ ଅନେକ ଅତ୍ୟାଧୁନିକ ଆତିଥ୍ୟ ସେବା ସହିତ ବ୍ୟବସ୍ଥିତ ହୋଇଛି । ଯାହାଦ୍ୱାରା ଦର୍ଶକଙ୍କୁ ଏକ ଚିତାକର୍ଷକ ଏବଂ ବାଧାରହିତ ସିନେମାଟିକ ଅନୁଭୂତି ପ୍ରଦାନ କରାଯାଇପାରିବ । ଏହି ଶୁଭାରମ୍ଭ ସହିତ ପିଭିଆର ସିନେମା ଓଡିଶାରେ ପ୍ରବେଶ କରିଛି ଏବଂ ୫ଟି ରାଜ୍ୟରେ ୧୨ଟି ପ୍ରପର୍ଟିରେ ୫୧ଟି ସ୍କ୍ରିନ ସହିତ ପୂର୍ବାଂଚଳରେ ଏହାର ଉପସ୍ଥିତି କୁ ଦୃଢ଼ କରିଛି ।
