ଶଙ୍ଖଚିଲା ‘ମା’ ହିଙ୍ଗୁଳା ଯଜେ୍ଞାତ୍ସବ ଲକ୍ଷାଧିକ ଯାତ୍ରୀଙ୍କ ଭିଡ : ଶାନ୍ତିଶୃଙ୍ଖଳା ମଧ୍ୟରେ ଦିଆଗଲା ପୂର୍ଣ୍ଣାହୁତି ‘ଶ୍ରଦ୍ଧାଳୁଙ୍କୁ ଯଜ୍ଞଚରୁ ବଂଟନ’

ଓଡ଼ିଶା ତାଜା ନ୍ୟୁଜ୍ (୧୯.୦୪.୨୦୨୨,ମଙ୍ଗଳବାର ) କୋରାଇ :- ଯାଜପୁର ଜିଲାର ପ୍ରସିଦ୍ଧିଲାଭ କରିଥିବା କୋରାଇ ବ୍ଲକର ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ମା’ହିଙ୍ଗୁଳାଙ୍କ ଯଜେ୍ଞାତ୍ସବ ସୋମବାର ରାତ୍ରୀରେ ଶାନ୍ତି ଶୃଙ୍ଖଳ ମଧ୍ୟରେ ପୂଣ୍ଣ ର୍ାହୁତି କାର୍ଯ୍ୟ ଶେଷ ହୋଇଥିଲା ବେଳେ ଆରମ୍ଭ ହୋଇଛି ନାମଯଜ୍ଞ ଉତ୍ସବ । ଅନୁଷ୍ଠିତ ଉତ୍ସବ ୨୩ତାରିଖ ଯାଏ ଚାଲିବ । ସୋମବାର ପୂର୍ଣ୍ଣାହୁତି ଅବସରରେ ଦିନତମାମ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା । ମଣ୍ଡପ ସ୍ଥଳେ ମଧ୍ୟରାତ୍ର ସୁଦ୍ଧା ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହୋଇଥିବା ଦେଖାଯାଇଥିଲା । ଏହିବସରରେ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସଂଧ୍ୟା କଳାନ ନିକେତ ଅନୁଷ୍ଠାନ ଦ୍ୱାରା ଓଡିଶୀ ପରିବେଶଣ ଓ ସ ମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ଜେନା ପରିଚାଳନା କରିଥିଲେ । ଶ୍ରଦ୍ଧାଳୁ ଭକ୍ତମାନେ ମା’ଙ୍କ ବଟବୃକ୍ଷରେ କରିଆ ବାନ୍ଧିବା ସହ ଯଜ୍ଞ କୁଣ୍ଡରେ ଘୃତ, ନଡିଆ ଝୋଟ ଆଦି ସାମଗ୍ରୀ ପକାଇ ମାନବାଞ୍ଛାପୁରଣ ନିମନ୍ତେ ମନାସୁଥିବା ଦେଖାଯାଇଥିଲା । ଏହି ଯାତ୍ରାରେ ବିଶେଷକରି ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଥିବାରୁ ଗହଳି ମଧ୍ୟରେ ଅସମାଜିକ ବ୍ୟକ୍ତିମାନଙ୍କର ପାଦୃଭାବ ପରିଲକ୍ଷିତ ହେଉଥିଲା । କେତେକାଂଶରେ ହିଙ୍ଗୁଳା ସ୍କ୍ୱାଉଟଗାଇଡର ପିଲା ଓ ପୁଲିସ ବାହିନୀ ଜଗିରହି ପ୍ରତିହତ କରୁଥିଲେ ହେଁ ବିଶେଷକରି ଇଲେକ୍ଟ୍ରୀ ଦୋଳି,ରାମ ଦୋଳି, ଚରିକି ଦୋଳି ନିକଟରେ ମନ୍ଦ ଉଦେଶ୍ୟ ନେଇ ଭିଡ ଜମାଇଥିଲେ ଅସ।ଜିକ ବ୍ୟକ୍ତି ।

ଯାତ୍ରରେ ଲକ୍ଷାଧିକ ଯାତ୍ରୀଙ୍କ ଭିଡ ପରିଲକ୍ଷି ହୋଇଥିଇବାରୁ ଚୋରି ଓ ବିଶୃଙ୍ଖଳା ଦେଖାଦେବା ଆଂଶକାରେ ପାଣିକୋଇଲି ଥାନାଅଥିକାରାୀ ଚିନ୍ମୟୀ ସାହ୍ରୁଙ୍କ ନେତୃତ୍ୱରେ ପୁଲିୟସ ବାହିନୀ ଯାତ୍ରାର ଚତୁଃର୍ପାଶ୍ୱରେ ବ୍ୟାପକ ଭାବେ ଫୋର୍ସ ମୁତୟନ କରାଯାଇଥିଲା । ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ମେଳାରେ ଭକ୍ତଙ୍କ ଯୋତା ଷ୍ଟାଣ୍ଡ କରାଯାଇଥିଲା ବେଳେ ଠାକୁରପାଟଣା ଯୁବପରିଷଦ, ସ୍ଥାନୀୟ ହିଙ୍ଗୁଳା ହାଇସ୍କୁଲର ୨୦୧୨ମାଟ୍ରିକବ୍ୟାଚର ଛାତ୍ରଛାତ୍ରୀ ଓ ହିଙ୍ଗୁଳା ମହାବିଦ୍ୟାୟର ରେଡକ୍ରଶ ବିଭାଗର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଯାତ୍ରୀଙ୍କ ତୃ୩⁄୪(ଥଣ୍ଡାପାଦୀୟ ଜଳ) ନିବାରଣ ପାଇଁ ଜଳଛତ୍ର ଖୋଲଯାଇଛିଥିଲା ।

ରାତ୍ରିର ଚତୁର୍ଥ ପ୍ରହରରେ ବିଷଶିଷ୍ଟ ସମାଜସେବୀ ମହେନ୍ଦ୍ରକୁମାର ଧଳଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ସ୍ୱରୂପ ଶେଷ ଆହୁତୀ ଦିଆଯାଇଥିଲା ବେଳେ ଆଜି ଦିନ ୪ଘଂଟିକା ସମୟରେ ସହଯାଗୀ ତଥା ଶ୍ରଦ୍ଧାଳୁଙ୍କୁ ଯଜ୍ଞଚରୁ ବଂଟନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ପକ୍ଷରୁ ସଭାପତି କୃ୩⁄୪ଚନ୍ଦ୍ର ସାହୁ, ସଂପାଦକ କୃ୩⁄୪ଚନ୍ଦ୍ର ସାହୁ(ବାବୁଲି), ଉପସଭାପତି ପ୍ରଭାତ ପଥାଳ, ସହସଂପାଦକ ଅନନ୍ତ ଚରଣ ମଲିକ, କୋଷାଧ୍ୟକ୍ଷ ଅମୁଲ୍ୟକୁମାର ସାହୁ , ମହେଶ୍ୱର ଖୁଂଟିଆ, ପ୍ରକାଶଚନ୍ଦ୍ର ପୃଷ୍ଟି, ରବିନାରାୟଣ ସାହୁ ପ୍ରମୁଖ କମିଟିର ସମସ୍ତ କର୍ମକର୍ତା ଓ ବାରପାଟଣାର ସଭ୍ୟଗଣ ସାମିଲ ହୋଇ ପରିଚାଳନାରେ ସହଯୋଗ କରିଥିଲେ ା

Exit mobile version