ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀଙ୍କ ଅଗୋଚରରେ ଏହି ଚିଠି ହୋଇଥିଲା : ବଦଳିଲା ନିଷ୍ପତ୍ତି – ପୂର୍ବ ଭଳି ଜାରିରହିବ କୋର୍ସ

ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଉଚ୍ଚ ଶିକ୍ଷା ବିଭାଗର ସଚିବ ନିଜର ଦୋଷ ତ୍ରୁଟି କୁ ଘୋଡାଇବା ପାଇଁ ତରବରିଆ ଭାବେ ବିଭାଗ ତରଫରୁ ଚିଠି କରିଛନ୍ତି । ଯାହାକି ବାବୁଙ୍କ ଅଜ୍ଞତାର ପରିଚୟ ମିଳୁଛି ଅବା ଜାଣିଶୁଣି ସରକାରଙ୍କୁ ବଦନାମ କରିବାର କାହାଣୀ ସୃଷ୍ଟି କରିଛନ୍ତି ।

ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଅତିରିକ୍ତ ସଚିବ ଏକ ଚିଠି ଜାରି କରି ଜଣାଇଛନ୍ତି ପୂର୍ବ ଭଳି ସେଲ୍ଫ ଫାଇନାନସିଂ କୋର୍ସ ଚାଲୁ ରହିବ

ଓଡ଼ିଶା ତାଜା ନ୍ୟୁଜ୍ (୧୮.୦୪.୨୦୨୨,ସୋମବାର ) ଭୁବନେଶ୍ୱର :- ବଦଳିଲା ନିଷ୍ପତ୍ତି ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଅତିରିକ୍ତ ସଚିବ ଏକ ଚିଠି ମାଧ୍ୟମରେ ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହୋଇଥିବା କାଣ୍ଟ ଛାଣ୍ଟ ଦ୍ଵନ୍ଦକୁ ଦୂର କରଛନ୍ତି । ଉପୁଜିଥିବା ବିବାଦର ହୋଇଛି ସମାଧାନ । ସେଲ୍ଫ ଫାଇନାନସିଂ କୋର୍ସ ନେଇ କୁଳାଧିପତିଙ୍କ କାର‌୍ୟ୍ୟଳୟ ରୁ ଗତ ୧୨ ତାରିଖ ଦିନ କୁଳାଧିପତିଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏକ ଚିଠି ଜାରି କରିଥିଲେ । ଚିଠିର ନକଲ ଉଚ୍ଚ ଶିକ୍ଷା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ, କୌଶଳ ବିକାଶ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ସଚିବ ମାନଙ୍କୁ ଦିଆଯାଇଥିଲା ।

ଯାହାକି ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀଙ୍କ ଅଗୋଚରରେ ଏହି ଚିଠି ହୋଇଥିଲା । ଏହି ଚିଠି ପାଇଲା ପରେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତରବରିଆ ଭାବେ ଏକ ଚିଠି କରିଥିଲେ । ଯେଉଁ ଚିଠିଟି ଉଚ୍ଚ ଶିକ୍ଷା ବିଭାଗର ଅଫିସରମାନଙ୍କୁ ଦିଆଯାଇଥିବାବେଳେ ଚିଠିର ନକଲ ଅନ୍ୟ କୌଣସି ବିଭାଗର ସଚିବ ମାନଙ୍କୁ ଦିଆଗଲା ନାହିଁ । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଉଚ୍ଚ ଶିକ୍ଷା ବିଭାଗର ସଚିବ ନିଜର ଦୋଷ ତ୍ରୁଟି କୁ ଘୋଡାଇବା ପାଇଁ ତରବରିଆ ଭାବେ ବିଭାଗ ତରଫରୁ ଚିଠି କରିଛନ୍ତି । ଯାହାକି ବାବୁଙ୍କ ଅଜ୍ଞତାର ପରିଚୟ ମିଳୁଛି ଅବା ଜାଣିଶୁଣି ସରକାରଙ୍କୁ ବଦନାମ କରିବାର କାହାଣୀ ସୃଷ୍ଟି କରିଛନ୍ତି ।

ଆମ ପାଖରେ ଯାହା ଖବର ଅଛି ବାବୁ ଜଣଙ୍କ ସେଲ୍ଫ ଫାଇନାନସିଂ କୋର୍ସକୁ ବନ୍ଦ କରିବା ପାଇଁ ବାରମ୍ବାର ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ କିନ୍ତୁ ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ପ୍ରଶୟ ଦେଇ ନାହାନ୍ତି । ଯେଉଁଥି ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଶତ ଚେଷ୍ଟା ସତ୍ତ୍ୱେ ଅସଫଳ ହେବା ପରେ କୁଳାଧିପତିଙ୍କ କାର‌୍ୟ୍ୟାଳୟରୁ ଚିଠି କରିଥିଲେ । ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଅତିରିକ୍ତ ସଚିବ ଏକ ଚିଠି ଜାରି କରି ଜଣାଇଛନ୍ତି ପୂର୍ବ ଭଳି ସେଲ୍ଫ ଫାଇନାନସିଂ କୋର୍ସ ଚାଲୁ ରହିବ ଏଥିରେ କୌଣସି ଅଙ୍କୁଶ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏଥିରେ ଛାତ୍ର କଂଗ୍ରେସର କୌଣସି ବାହାଦୁରୀ ନାହିଁ କାରଣ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

Exit mobile version