ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସରେ ସମୂହ ଦୀପଦାନ ଓ ସ୍ମୃତି ସଭା

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ଦଶପଲ୍ଲା :- ମହାନ ଜନନାୟକ ପ୍ରବାଦ ପୁରୁଷ, ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ  ଦଶପଲ୍ଲା  ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶିକ୍ଷକ ଭବନ ଠାରେ ସମୂହ ଦୀପଦାନ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ବରେ ଅନୁଷ୍ଠିତ  ସମୂହ ଦୀପଦାନ ଓ ସ୍ମୃତିସଭା ରେ  ବିଜୁ ଜନତା ଦଳ ର ଯୁବ,

ଛାତ୍ର, ବରିଷ୍ଠ କର୍ମକର୍ତ୍ତା  ଏବଂ ଦଶପଲ୍ଲା ବ୍ଲକର ଅଧ୍ୟକ୍ଷା,ଉପାଧ୍ୟକ୍ଷା,ଜିଲ୍ଲାପରିଷଦ ଓ ନୂଆଗାଁ ବ୍ଲକର ଅଧ୍ୟକ୍ଷା , ଜିଲ୍ଲାପରିଷଦ ଓ ସମସ୍ତ ଗ୍ରାମ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ,ସମିତି ସଭ୍ୟ ,ସଭ୍ୟା  ସହିତ  ଦଶପଲ୍ଲା ଏନ୍ ଏ ସି  ର ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲର,

ବିଜେଡି ବ୍ଲକ  ସଭାପତି ମାନେ  ଉପସ୍ଥିତ ରହି ପ୍ରବାଦ ପୁରୁଷ ଙ୍କ ସ୍ମୃତି ଚାରଣ କରିବା ସହ ସମୂହ ଦୀପଦାନ କରିଥିଲେ ।ସେହିପରି ଭାବେ ବିଜୁ ଜନତା ଦଳ ପକ୍ଷରୁ ଦଶପଲ୍ଲା ରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।

Exit mobile version