ବୈପାରିଗୁଡା ବ୍ଲକରେ ପାଳନ ହେଲା କି ନାହିଁ …? ବିଜୁ ବାବୁଙ୍କ ତିରୋଧାନ ଦିବସ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ବୈପାରିଗୁଡା :- ସବୁ ବେଳେ ସବୁ ସମୟରେ ବୈପାରିଗୁଡା ବ୍ଲକ ଚର୍ଚ୍ଛା ପରିସର ଭିତରେ ରହୁଥିବା ବେଳେ ଏଠାରେ ରାଜନୈତିକ ପାଣିପାଗ ଟିକେ ଅଲଗା ! ସାର ଓଡିଶାରେ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ତିରୋଧାନ ଦିବସ ପାଳନ କରାଯାଇଥିବା ବେଳେ ବୈପାରିଗୁଡା ବ୍ଲକ ରେ ସରକାରୀ ସ୍ତର କିମ୍ବା ବେସରକାରୀ ସ୍ତର ଅଥବା ବିଜେଡି ଦଳ ପକ୍ଷରୁ ପାଳନ କରାଯାଇଛି କି ନାହିଁ ତାହାକୁ ନେଇ ଏବେ ଦ୍ବନ୍ଦ ବଢିବାରେ ଲାଗିଛି !

ତେବେ ଶୁଣିବାକୁ ମିଳୁଛି ଯେ କାଳେ ଗୋଷ୍ଠୀକନ୍ଦଳ ଯୋଗୁଁ ଅଧିକାଂଶ କର୍ମୀ ମାନେ ନ ଆସିବାରୁ କିଛି କର୍ମୀଙ୍କୁ ନେଇ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରାଯାଇଛି ବୋଲି ଏବେ ଚର୍ଚ୍ଚା ର ବିଷୟ ହୋଇଛି ! ବୈପାରିଗୁଡା ବିଜେଡି ଦଳ ପକ୍ଷରୁ ପାଳନ କରାଯାଇଥିଲେ ମଧ୍ୟ କାହାକୁ ନ ଜଣାଇ କାର୍ଯ୍ୟକ୍ରମ କରିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି !

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ କିଛି ପଂଚାୟତରେ ପାଳିତ ହୋଇଥିବାର ଶୁଣିବାକୁ ମିଳିଛି । ପ୍ରଥମେ ସମସ୍ତେ ବିଜୁ ବାବୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ପରେ ଧୂପ, ଦୀପ ଦେବା ସହ ସ୍ମୁତି ଚାରଣ କରିଥିଲେ । ତେବେ ଜିଲ୍ଲାସ୍ତରରେ ବଡଧରଣର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଠାରେ ବହୁ କର୍ମୀ ଯୋଗଦାନ କରି ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରିଥିବାର ଦେଖାଯାଇଛି !

Exit mobile version