Home ଓଡ଼ିଶା କିଶୋର ଦ୍ୱିବେଦୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ନୋଏଡ଼ା :- ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ)ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ହାଇଫାଇଭ ଗ୍ଲୋବାଲ ନେଟୱାର୍କସ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରବାସୀ ଓଡ଼ିଆ ସଂଗଠନଗୁଡ଼ିକଙ୍କର ମିଳିତ ସହଯୋଗରେ ଆୟୋଜିତ ଏହି ଶୁଭେଚ୍ଛା ସମାରୋହରେ ବହୁ ଗଣ୍ୟମାଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରୀ ଦ୍ୱିବେଦୀଙ୍କୁ ହାର୍ଦ୍ଦିକ ବଧାଇ ଜଣାଇବା ସାଙ୍ଗକୁ ତାଙ୍କ ଅଧ୍ୟକ୍ଷତାରେ ଗଠିତ ୱାର୍ଲଡ ଓଡ଼ିଶା ସୋସାଇଟିର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ନୋଏଡ଼ାର ସେକ୍ଟର-୨ସ୍ଥିତ ହାଇଫାଇଭ୍ ଗ୍ଲୋବାଲ୍ ନେଟ୍ୱାର୍କର ମୁଖ୍ୟାଳୟଠାରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ବନ୍ଧୁମିଳନରେ ଯୋଗଦେଇଥିବା ଶ୍ରୀ ଦ୍ୱିବେଦୀଙ୍କର ବନ୍ଧୁ, ଶୁଭଚିନ୍ତକ ଓ ପ୍ରଶଂସକମାନଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଦ୍ୱିବେଦୀ କୋଭିଡ୍ ଯୋଗୁଁ ଓଡ଼ିଶାରେ ଅଟକି ରହିବା ପରେ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ତାଙ୍କର କର୍ମଭୂମୀ ଦିଲ୍ଲୀରେ ଗତସପ୍ତାହରେ ପଦାର୍ପଣ କରିଥିଲେ । ସ୍ୱାଗତ ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଆୟୋଜକ ହାଇଫାଇଭ୍ର ପ୍ରତିଷ୍ଠାତା ଉଦୀୟମାନ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ସୁଧୀର ଦାଶ ଶ୍ରୀ ଦ୍ୱିବେଦୀଙ୍କର ଅସାମାନ୍ୟ ସାଙ୍ଗଠନିକ ଦକ୍ଷତାର ଭୂରୀ ଭୂରୀ ପ୍ରଶଂସା କରିଥିଲେ । ଜାତୀୟ ରାଜଧାନୀ କ୍ଷେତ୍ରରେ ରହିଥିବା ଓଡ଼ିଆ ସଂଗଠନଗୁଡ଼ିକ ଯଦି ଗୋଟିଏ ଗୋଟିଏ ଛତା ସଦୃଶ ହୁଅନ୍ତି ତେବେ କିଶୋର ଭାଇ ସେମାନଙ୍କ ଉପରେ ରକ୍ଷା କବଚ ସଦୃଶ ଗିରିଗୋବର୍ଦ୍ଧନକୁ ସଦାସର୍ବଦା ଟେକି ରଖିଛନ୍ତି ବୋଲି ଶ୍ରୀ ଦାଶ ଦର୍ଶାଇଥିଲେ । ଓଡ଼ିଶା ପଜିଟିଭର ପ୍ରତିଷ୍ଠାତା ପ୍ରତିଷ୍ଠିତ ଆଇନଜୀବୀ ସଞ୍ଜୀବ ମହାନ୍ତି, କିଶୋର ଭାଇଙ୍କର ପୁର୍ନଆଗମନରେ ଦିଲ୍ଲୀ ଦରବାର ପୁଣି ଥରେ ଜୀବନ୍ତ, ଚଳଚଞ୍ଚଳ ଓ ସକ୍ରୀୟ ହୋଇ ଉଠିବ ବୋଲି ଆଶା ପ୍ରକାଶ କରିଥିଲେ । ଅଧ୍ୟାପିକା ନିବେଦିତା ଗିରି, ଶ୍ରୀ ଦ୍ୱିବେଦୀ ୱାର୍ଲଡ ଓଡ଼ିଶା ସୋସାଇଟି ପ୍ରତିଷ୍ଠା କରି ସାରା ବିଶ୍ୱର ଓଡ଼ିଆମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବାର ମହତ୍ କାର୍ଯ୍ୟ କରିଥିବା ସୂଚାଇଥିଲେ । ହାଇଫାଇଭର ନିର୍ଦ୍ଦେଶକ ଯୋଗେନ୍ଦ୍ର ସିଂହ, ଶ୍ରୀ ଦ୍ୱିବେଦୀଙ୍କ ନିକଟରେ ଲୋକମାନଙ୍କୁ ଯୋଡ଼ିବାର ଚୁମ୍ବକଶକ୍ତି ରହିଥିବା କହିଥିଲେ । ବରିଷ୍ଠ ସାମ୍ବାଦିକ ଜୟପ୍ରକାଶ ପାଣ୍ଡେ, ଶ୍ରୀ ଦ୍ୱିବେଦୀଙ୍କ ନିକଟରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଆପଣେଇ ନେବାର ଅପାର ଉତ୍କର୍ଷତା ରହିଥିବା ଦର୍ଶାଇଥିଲେ । ଯୁବ ସାମ୍ବାଦିକ ସହସ୍ରାଂସୁ ମହାପାତ୍ର, ଶ୍ରୀ ଦ୍ୱିବେଦୀଙ୍କ ଲେଖା ଦ୍ୱାରା ତାଙ୍କ ପିଢ଼ିର ସାମ୍ବାଦିକମାନେ ଖୁବ୍ ଅନୁପ୍ରାଣିତ ହୋଇଥିବା ସୁଚାଇଥିଲେ । ନୋଏଡ଼ା ଜଗନ୍ନାଥ ମନ୍ଦିରର ସମ୍ପାଦକ ଏବଂ ଏଫ୍ସିଏ ମନୋରଞ୍ଜନ ମହାନ୍ତି, ଶ୍ରୀ ଦ୍ୱିବେଦୀ ଜାତୀୟ ରାଜଧାନୀ କ୍ଷେତ୍ରର ଓଡ଼ିଆ ଓ ଅଣଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଡଃ ଦେବେନ୍ଦ୍ର ମାଝୀ, କିଶୋର ଭାଇ ଜଣେ କେବେ ହାର ନ ମାନିବା ଭଳି ଯୋଦ୍ଧା ବୋଲି ଉଲ୍ଲେଖ କରିଥିଲେ । ୱାଓସୋର ଯୁବ ସଦସ୍ୟ ନନ୍ଦନ ଦ୍ୱିବେଦୀ ତାଙ୍କ ପିତା ଜଣେ କୁଶଳୀ ବ୍ୟକ୍ତି ବୋଲି ସୂଚାଇଥିଲେ । ବିଶିଷ୍ଟ ଚିକିତ୍ସକ ଡଃ ପବନ ଗୁପ୍ତା, ଶ୍ରୀ ଦ୍ୱିବେଦୀଙ୍କର ନେତୃତ୍ୱରେ ୱାର୍ଲଡ ଓଡ଼ିଶା ସୋସାଇଟି ସାରା ପୃଥିବୀରେ ବେଶ୍ ସୁନାମ ଅର୍ଜନ କରିଚାଲିଥିବା ସୂଚାଇଥିଲେ । ଯୁବ ଶିଳ୍ପୋଦ୍ୟୋଗୀ ବିମଳ ଭଲ, ଶ୍ରୀ ଦ୍ୱିବେଦୀଙ୍କର ଅକ୍ଳାନ୍ତ ପ୍ରୟାସ କ୍ରମେ ବିଭିନ୍ନ ରାଷ୍ଟ୍ରର ଓଡ଼ିଆମାନେ ୱାଓସୋ ମଞ୍ଚରେ ଏକଜୁଟ୍ ହେବାର ସୁଯୋଗ ପାଇଥିବାରୁ ଜଣେ ଓଡିଆ ଭାବରେ ସେ ଖୁବ୍ ଗର୍ବ ଅନୁଭବ କରୁଥିବା କହିଥିଲେ । ବରିଷ୍ଠ ଆଇନଜୀବୀ ପି.କେ. ତ୍ରିପାଠୀ ୱାଓସୋର ଅଗ୍ରଗତି କାମନା କରିଥିଲେ । ବିଶିଷ୍ଟ କବୟିତ୍ରୀ ସୁଜାତା ସିବେନ, ବିଶ୍ୱଭରି ଓଡ଼ିଆଙ୍କୁ ଏକତ୍ରିତ କରିପାରିଥିବାରୁ ଶ୍ରୀ ଦ୍ୱିବେଦୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ମହାକାଂକ୍ଷା ପ୍ରତିଷ୍ଠାନର ସଂସ୍ଥାପକ ପୁଷ୍ପାଞ୍ଜଳି ବାରିକ, ୱାର୍ଲଡ ଓଡ଼ିଶା ସୋସାଇଟିକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଶ୍ରୀ ଦ୍ୱିବେଦୀଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟନାରାୟଣ ମିଶ୍ର, ଜଣେ ସାମ୍ବାଦିକ ଓ ସଂଗଠକ ଭାବରେ ଶ୍ରୀ ଦ୍ୱିବେଦୀଙ୍କର ପାରଦର୍ଶିତାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ । ଆୟୁଷମାନ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମନ୍ତ ବିଶ୍ୱାଳ, ଶ୍ରୀ ଦ୍ୱିବେଦୀଙ୍କର ଆମେ ଅନୁଗାମୀ ସେନାନୀ ବୋଲି କହି ତାଙ୍କ ସଂସ୍ଥାର ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ । ବିଜୟନୀ ଫାଉଣ୍ଡେସନର ଅଧ୍ୟକ୍ଷା ରୀତା ପାତ୍ର, ଶ୍ରୀ ଦ୍ୱିବେଦୀଙ୍କୁ ଉତ୍ତରୀୟ ପ୍ରଦାନ କରିବା ସାଙ୍ଗକୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ କିଶୋର ଦ୍ୱିବେଦୀ ତାଙ୍କ ପ୍ରତି ବନ୍ଧୁ ଓ ପରିଜନମାନେ ଦେଖାଇଥିବା ଶ୍ରଦ୍ଧା, ସଦିଚ୍ଛା ଓ ସହାନୁଭୂତି ତାଙ୍କୁ ଅଭିଭୂତ କରିଥିବା କହିଥିଲେ । ସାରା ବିଶ୍ୱର ଓଡ଼ିଆ, ଓଡ଼ିଶା ପ୍ରେମୀ ଏବଂ ଶ୍ରୀଜଗନ୍ନାଥଙ୍କର ଭକ୍ତମାନଙ୍କୁ ନେଇ ଗଠିତ ୱାର୍ଲଡ ଓଡ଼ିଶା ସୋସାଇଟି ପ୍ରତି ସମସ୍ତଙ୍କର ଆକୁଣ୍ଠ ସାହାଯ୍ୟ ଓ ସହଯୋଗ ଶ୍ରୀ ଦ୍ୱିବେଦୀ କାମନା କରିଥିଲେ । ସଭାରେ ପଞ୍ଚାନନ ରଥ, ଭୁବନାନନ୍ଦ ପ୍ରଧାନ, ବିପୀନ ଶୁକ୍ଳା, ଗୟାଧର ପଣ୍ଡା, ଈଶ୍ୱର ଚାନ୍ଦ ଓ ଇଶା ମାଲହୋତ୍ରା ପ୍ରମୁଖ ଉପସ୍ଥିତ ଥିଲେ । ହାଇଫାଇଭର କର୍ମକର୍ତ୍ତା କୁନାଲ ଧୱାନ, ଅଜବ ସିଂହ, ବିଭୁତି ପ୍ରଧାନ ଏବଂ ସ୍ୱର୍ଣ୍ଣକାନ୍ତି ଜେନା ଆୟୋଜନରେ ସହଯୋଗ କରିଥିଲେ । ସମାବେଶର ବିଶେଷ ଆକର୍ଷଣ ‘ସାମେ-ଏ-ରଙ୍ଗୀନ’ ଶୀର୍ଷକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ସୁଧୀର ଦାଶ, ପୁଷ୍ପାଞ୍ଜଳି ବାରିକ, କାବେରୀ ବେହେରା, ବୀରେନ୍ଦ୍ର ସିଂହ, ସୁବୋଧ ପାଢ଼ୀ ଓ ସନ୍ତୋଷ ରାଉତ ପ୍ରମୁଖ ମନଲୋଭା ସଂଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଏହା ପୂର୍ବରୁ ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଶ୍ରୀ ଦ୍ୱିବେଦୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନଙ୍କର ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଆସରରେ ବରିଷ୍ଠ ଆଇନଜୀବୀ ଅବନୀ ସାହୁ, କ୍ଷୀରୋଦ ପାତ୍ର, ଅଫିସର ରାଉତ, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଏବଂ ମନ୍ଦିର ପରିଚାଳକ ରଶ୍ମୀରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ । ଆନନ୍ଦଲୋକଠାରେ ଶ୍ରୀ ଦ୍ୱିବେଦୀଙ୍କର ସମ୍ମାନାର୍ଥେ, ଉଦ୍ୟୋଗ ପରାମର୍ଶଦାତା ରମେଶ ସାହୁଙ୍କର ତତ୍ତ୍ୱାବଧାନରେ ଆୟୋଜିତ ଏକ ବନ୍ଧୁ ମିଳନରେ ସାଂସଦ ଜୁଏଲ୍ ଓରାମ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026