ବିଶିଷ୍ଟ ସଙ୍ଗୀତଜ୍ଞ,ସାହିତ୍ୟିକ ଏବଂ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ଭୁବନେଶ୍ୱର :- ବିଶିଷ୍ଟ ସଙ୍ଗୀତଜ୍ଞ, ସାହିତ୍ୟିକ ଏବଂ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଶ୍ରୀ ଦାସ ବର୍ମା କହିଛନ୍ତି ପଦ୍ମଶ୍ରୀ ପ୍ରଫୁଲ୍ଲ କର ଓଡ଼ିଆ ସଙ୍ଗୀତ ଜଗତର ଜଣେ ସୁପ୍ରସିଦ୍ଧ ବ୍ୟକ୍ତିତ୍ଵ ଥିଲେ

ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ଶ୍ରୀ ଦାସ ବର୍ମା ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Exit mobile version