ବୈପାରିଗୁଡା ବ୍ଲକ ରାମଗିରି ଠାରେ ବିଜେପି କର୍ମୀ ସମ୍ମିଳନୀ : ନୂତନ କର୍ମକର୍ତ୍ତା  ଚୟନ 

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ବୈପାରିଗୁଡା :- କୋରାପୁଟ ନିର୍ବାଚନ ମଣ୍ଡଳୀ ର ବୈପାରିଗୁଡା ବ୍ଲକର ରାମଗିରି ପଂଚାୟତ ଠାରେ ରାମଗିରି ଅଂଚଳର ବିଜେପି କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିବା ସହିତ ନୂତନ ସଦସ୍ୟ ମାନଙ୍କ ସହ କିଛି ବରିଷ୍ଟ କର୍ମୀ ମାନଙ୍କୁ ଚୟନ କରି ପଂଚାୟତର ଦାୟିତ୍ୱ ପ୍ରଦାନ କରାଯାଇଥିବାର ଜଣାପଡିଛି ।  ବୈପାରିଗୁଡା ମଣ୍ଡଳର ସାଧାରର ସମ୍ପାଦକ ସି. ଏଚ ପ୍ରଭାକର ରାଓ ଙ୍କ ନେତୃତ୍ୱରେ ଅନୁଷ୍ଟିତ କର୍ମୀ ସମ୍ମିଳନୀରେ ନବନିର୍ବାଚିତ ରାମଗିରି ପଂଚାୟତର ସରପଂଚ କୁମନ ମୁଦୁଲି ଯୋଗଦାନ କରିଥିବାର ଜରାପଡିଛି ।

ପ୍ରଥମେ ବିଜେପି କର୍ମୀ ନବନିର୍ବାଚିତ ସରପଂଚ କୁମନ ମୁଦୁଲି ଙ୍କୁ ପୁଷ୍ଣଗୁଚ୍ଛ ଦେଇ ସ୍ୱଂଗତ କରିବା ପରେ ବୈଠକ ଆରମ୍ମ ହୋଇଥିଲା । ବିଜେପି ସରକାରଙ୍କ ସମସ୍ତ ଯୋଜନା ରାମଗିରି ପଂଚାୟତରେ ପହଂଚିଇବା ସହିତ ଦଳକୁ ରାମଗିରି ଅଂଚଳରେ ଅଧିକରୁ ଅଧିକ ମଜବୁତ କରିବା ପାଇଁ ସ୍ଥିର କରିଥିଲେ ।  ତେବେ ବିଜେପି ଦଳର ରାମଗିରି ପଂଚାୟତର ସଭାପତି ସହିତ ଅନ୍ୟାନ ପଦପଦବୀ ମାନଙ୍କ କର୍ମୀ ମାନଙ୍କୁ ନେଇ ଚୟନ କରାଯାଇଛି ।

ରାମଗିରି ପଂଚାୟତ ସଭାପତି ଭାବେ ଜଗେଶ୍ୱର ସମରଥ , ସମ୍ପାଦକ ମୋହନ ଖରା , ସାଧାରଣ ସମ୍ପାଦକ ଇସମାଇଲ ଗୌଡ , କୋଷାଧ୍ୟକ୍ଷ ଭଗବାନ ଖରା ମନୋନୟନ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶିବ ଶଙ୍କର ପ୍ରଧାନୀ , ବିକାଶ ମୁଦୁଲି ,  ଜିତେନ୍ଦ୍ର ବାଗଦିରିଆ , ତୁଳାନାଥ ବୈଇଦ୍ୟ , ଡମ୍ବୁରୁ ପାତ୍ର , ମାଧୁରୀ ରାଉତ , ଜୟନ୍ତି କୁଳରିଆ , କାର୍ତିକ ଦଳେଇ , ଶ୍ୟାମ ମାଳି ଙ୍କ ସହିତ ପଂଚାୟତର ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । କର୍ମୀ ସମ୍ମିଳନୀ ଶେଷରେ ବୈପାରିଗୁଡା ମଣ୍ଡଳର ସାଧାରର ସମ୍ପାଦକ ସି. ଏଚ ପ୍ରଭାକର ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version