odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ
ପୁରୀ, ରିପୋର୍ଟ /ସୋନାଲି ମହାରଣା (ଓଡିଶା ତାଜା ନ୍ୟୁଜ୍ ) ,୧୧ ମଇ,ସୋମବାର :- ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଛି । ସମୁଦାୟ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଜି ୩ରଥର ୩ଗୋଟି ଅଖ କାର୍ଯ୍ୟ ସମ୍ପନ୍ନ ହେବ ।
ପ୍ରତି ରଥର ୨ଟି ଲେଖାଏଁ ମୋଟ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି । ୬ଟି କୋରାମୁଣ୍ଡା ତିଆରି ଚାଲିଛି । ଆଜି ସକାଳେ ରଥ ଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି ।
ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏହି ସେବକମାନେ ଗତ କାଲି ଠାରୁ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତନିବାସ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି ।
ସମସ୍ତ ସେବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଘର ଠାରୁ ଦୂରେଇ ରହି ମଧ୍ୟ ସେବକମାନେ ଅତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ସହ କାର୍ଯ୍ୟ କରୁଛନ୍ତି । ଶ୍ରୀମହାପ୍ରଭୁଙ୍କ କାର୍ଯ୍ୟକୁ ଅତି ଭକ୍ତିର ସହ ସେମାନେ ଗ୍ରହଣ କରିଛନ୍ତି ।
